କାନବେରା: ଲଣ୍ଡନରେ ଚାଲିଥିବା ଆଇସିସି ଓ୍ବାର୍ଲଡ କପ୍‌ କ୍ରିକେଟରେ ଗତକାଲି ଅଷ୍ଟ୍ରେଲିଆ ଭାରତ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିବା ବେଳେ ଭାରତ ଉତ୍ସବମୁଖର ହୋଇଉଠିଛି। ତେବେ ଏ ଖୁସିର ଜୁଆରରେ ଭଟ୍ଟା ଆଣିଛି ଅଷ୍ଟ୍ରେଲିଆ ଫେଡେରାଲ ପୁଲିସ (ଏଏଫପି)। ଭାରତୀୟ ଖେଳାଳିଙ୍କ ବିରୋଧରେ ସଙ୍ଗୀନ ଆପରାଧିକ ଅଭିଯୋଗ ଆଣିଛି ଏଏଫପି। ଗତକାଲି କାନବେରା ଠାରେ ଥିବା ଏଡମଣ୍ଡ ବାର୍ଟନ ବିଲଡିଂରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଏଫପି ଆୟୁକ୍ତ ଆଣ୍ଡ୍ର‍୍ୟୁ କଲଭିନ୍‌ କହିଛନ୍ତି ଯେ, ଏଜେନ୍ସି ଭାରତୀୟ…

ଭୁବନେଶ୍ବର: ଆଜି ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରୁଥିବା ବେଳେ ତାଙ୍କ ସହ ୨୦ ଜଣ ମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି। ତେବେ ଏଥର ନିଶ୍ଚୟ ମନ୍ତ୍ରୀପଦ ପାଇବେ ବୋଲି ଆଶା ବାନ୍ଧି ବସିଥିବା ବିଜେଡିର ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ନିରାଶ ହେବାକୁ ପଡ଼ିଛି। ପୁରୀ ଜିଲ୍ଲାରୁ ନିମାପଡ଼ା ବିଧାୟକ ସମୀର ରଂଜନ ଦାଶଙ୍କୁ ମନ୍ତ୍ରୀପଦ ମିଳିଛି।…

ଭୁବନେଶ୍ବର: ମହାବାତ୍ୟା ଫନି ଦ୍ବାରା ପ୍ରଭାବିତ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ସନ୍ଧାନରେ ଲାଗିଥିବା ଡ୍ରୋନ୍‌ କ୍ୟାମେରାକୁ ଅନ୍ୟ କାର୍ଯ୍ୟରେ ଲଗାିବାକୁ ଯଯୋଜନା କରିଛନ୍ତି ରାଜ୍ୟ ସରକାର। ନିର୍ବାଚନ ଓ ତହିଁ ପୂର୍ବରୁ ବେଶ୍‌ ତତ୍ପର ଥିବା ବିଜୁ ଯୁବ ବାହିନୀର ଲକ୍ଷ ଲକ୍ଷ ଯୁବ କର୍ମୀ ଫୋନି ପରେ ହଠାତ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ନିଖୋଜ ହେବା ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଖୁବ ଶୀଘ୍ର ପରଦା ହଟିବ ବୋଲି ସରକାର କହିଛନ୍ତି।…

ନୂଆଦିଲ୍ଲୀ: ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ (୨୦୦୮)ର ସଫଳତା ପରେ ଆସନ୍ତା ଜୁଲାଇ ମାସରେ ଚନ୍ଦ୍ରଯାନ-୨ ଉତକ୍ଷେପଣ କରୁଛି ଭାରତ। ତେବେ ଭାରତର ଏହି ଚନ୍ଦ୍ର ଅଭିଯାନ ସଫଳ ହେଲେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଖୁବ୍‌ ଶୀଘ୍ର ମିଶନ୍‌ ମୁନ୍‌ ବା ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବରେ ପ୍ରଥମ ଦେଶ ଭାବେ ଭାରତ ସୂର୍ଯ୍ୟଯାନ-୧ ଉତକ୍ଷେପଣର ଲକ୍ଷ୍ୟ ରଖିଥିବା ବେଳେ ସୂର୍ଯ୍ୟର ଉତ୍ତାପ ଏହି…

ନ୍ୟୁୟର୍କ: ଆମେରିକାରେ ଏବେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ଏହି ଓଡ଼ିଆ ପାଇଲଟ। କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ପାକୁଡ଼ିଆ ଗ୍ରାମର ହରିହର ସୁବୁଦ୍ଧିଙ୍କ ସାନପୁଅ ପ୍ରମୋଦ କୁମାର ସୁବୁଦ୍ଧି ଗତ ଦୁଇବର୍ଷ ଧରି ଆମେରିକାର ଅନ୍ତର୍ଦେଶୀୟ ବିମାନ ସେବା ଜେଟବ୍ଲୁରେ ସହପାଇଲଟ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ନିଜର ସୁବୁଦ୍ଧି ଓ ସାହସ ବଳରେ ଆସନ୍ନ ଦୁର୍ଘଟଣାରୁ ବିମାନକୁ ବର୍ତ୍ତାଇବା ସହ ୧୮୨ ଜଣ ଯାତ୍ରୀଙ୍କର ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି ପ୍ରମୋଦ। ଘଟଣାଟି ଘଟିଛି…

ନୂଆଦିଲ୍ଲୀ: ଅସମ୍ଭବକୁ ସମ୍ଭବ କରିଛନ୍ତି ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଅସାଧାରଣ ଓ ବିରଳ ପ୍ରତିଭା ପାଇଁ ପୁଣି ଥରେ ବିଶ୍ବ ଦରବାରରେ ଭାରତ ପାଇଁ ସେ ଗୌରବ ଗୋଟାଇଛନ୍ତି। ରାଜନୀତିର ରୋବୋଟ୍‌ ଭାବେ ପରିଚିତ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦିଙ୍କର ଅଲୌକିକ ପ୍ରତିଭାରେ ମୁଗ୍ଧ ହୋଇ ତାଙ୍କୁ ରାଜନୀତିର ରଜନୀକାନ୍ତ ଭାବେ ଅଭିହିତ କରିଛନ୍ତି। ବର୍ଷା ପାଗରେ ପାକିସ୍ତାନର ରାଡାରକୁ ଅକାମୀ କରି ସର୍ଜିକାଲ ଷ୍ଟ୍ରାଇକ କରାଇ ପାରିଥିବା ମୋଦି ଏ…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସବୁଠୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରସିଦ୍ଧ ବାରିକ ଜେଭାଦ ହବିବ ଦଳରେ ଯୋଗଦେବା ପରେ ପ୍ରଥମ ଦିନରୁ ନିଜର କମାଲ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମୁଣ୍ଡ ଚୂଳର ଶୈଳୀ ବଦଳେଇ ଦେଇଛନ୍ତି ଦେଶର ଜଣାଶୁଣା ହେୟାର ଡ୍ରେସର ଜାଭେଦ୍। ବିଜୟ ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ପନ୍ଥା ଆପଣେଉଛନ୍ତି। କିଏ ନିଜର କଥା କହିବାର ଶୈଳୀ ପରିବର୍ତ୍ତନ କରୁଛନ୍ତି…

ଭୁବନେଶ୍ବର: ରାଜ୍ୟର ସର୍ବବୃହତ୍ତ ତଥା କ୍ଷମତାସୀନ ବିଜୁ ଜନତା ଦଳରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସଂଖ୍ୟା ୪୨ ହଜାରରେ ପହଞ୍ଚିଥିବା ବେଳେ ଏଭଳି ବିରଳ କୀର୍ତ୍ତିମାନ ଗିନିଜ୍‌ ଓ୍ବାର୍ଲଡ ରେକର୍ଡ ବହିରେ ସ୍ଥାନ ପାଇବା ଉଚିତ ବୋଲି ଦଳୀୟ ସମର୍ଥକମାନେ ଦାବି କରିଛନ୍ତି। ଏକ ଖବରକାଗଜର ଆକଳନ ଅନୁଯାୟୀ ବିଜେଡିରେ ଏଥର ସାଧାରଣ ନିର୍ବାଚନ ପାଇଁ ୩୦ ହଜାରରୁ ଅଧିକ ଟତକେଟ୍‌ ଆଶାୟୀ ଥିଲେ। ସେହିପରି ବିଗତ ଗୋଟିଏ ମାସ ମଧ୍ୟରେ ଅନ୍ୟ ଦଳରୁ ପ୍ରାୟ ୪୦ ହଜାରରୁ…

ଓ୍ବାଶିଂଟନ୍: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଆଜି ଥିଲା ଏକ ଐତିହାସିକ ଦିବସ। ଭାରତରେ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବିଜେପି ନେତାଗଣ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ବିଶ୍ବସ୍ତରରେ ଦଳକୁ ମିଳିଛି ବିରଳ ସମର୍ଥନ। ମୋଦିଙ୍କ ମେ ଭି ଚୌକିଦାର ଡାକରାରେ ପ୍ରଭାବିତ ହୋଇ ବିଶ୍ବର ଏକ ନମ୍ବର ନେତା ତଥା ଆମେରିକାର ରାଷ୍ଟ୍ରପତି ଟ୍ବିଟର ହାଣ୍ଡଲରେ ନିଜ ନାମ ଆଗରୁ ଚୌକିଦାର ଯୋଡ଼ିଛନ୍ତି। ଭାରତରେ ଚାଲିଥିବା ସାଧାରଣ ନିର୍ବାଚନରେ…

ଭୁବନେଶ୍ବର: ଭାରତରତ୍ନ ପରେ ଦେଶର ସର୍ବୋଚ୍ଚ ସମ୍ମାନ ଭାବେ ଜଣାଶୁଣା ପଦ୍ମ ସମ୍ମାନ ଢାଞ୍ଚାରେ ଓଡ଼ିଶାରେ ଶଙ୍ଖ ସମ୍ମାନ ପ୍ରଚଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଭଳି ରାଜ୍ୟର ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଜ୍ଞ ଓ ସମାଜସଂସ୍କାରକମାନଙ୍କୁ ଶଙ୍ଖଶ୍ରୀ, ଶଙ୍ଖଭୂଷଣ ଓ ଶଙ୍ଖବିଭୂଷଣ ଉପାଧି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ସମ୍ମାନ ପ୍ରଚଳନ ନେଇ ଖୁବ୍‌ ଶୀଘ୍ର କ୍ୟାବିନେଟରେ…