•  
  •  
  •  
  •  
  •  
  •  
  •  
  •  
  •  

କବି,ଲେଖକ ଭାଷାପ୍ରେମୀଙ୍କୁ ମିଳିବ ରାଜନୀତିରେ ସୁଯୋଗ

ଭୁବନେଶ୍ବର: ବିଦ୍ରୋହୀ ବିଜେଡି ନେତା, ପୂର୍ବତନ ସାଂସଦ, ଅନୁବାଦକ ଓ ଲେଖକ ତଥା ଓଡ଼ିଆ ଭାଷା ସୁରକ୍ଷା ସମିତିର ଆବାହକ ବୈଷ୍ଣବ ପରିଡ଼ା ଏକ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଯାଉଛନ୍ତି। ତାଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଘୋଷଣା ହେବ ଓ ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀରେ ବୈଷ୍ଣବ ପ୍ରାର୍ଥୀ ଦିଆଯିବ।

ଦଳର ନାମ ସ୍ଥିର ହୋଇ ନଥିଲେ ହେଁ ଓଡ଼ିଆ ଭାଷା ଦଳବା ଓଡ଼ିଶା ଭାଷାପ୍ରେମୀ ପାର୍ଟିଭଳି କିଛି ଗୋଟାଏ ନାମ ରଖିବାକୁ ସେ ମନସ୍ଥ କରିଛନ୍ତି। ଦଳୀୟ ସଂକେତ ଲେଖନୀକିମ୍ବା ମଧୁ ବର୍ଣ୍ଣବୋଧରଖିବାକୁ ଶ୍ରୀ ପରିଡ଼ା ଇଚ୍ଛାପ୍ରକଟ କରିଛନ୍ତି।

ଆମଫୋଇପ୍ରତିଷ୍ଠାତା ଟି ରାମଚନ୍ଦ୍ର ଭୋଲଟାୟାରଙ୍କ ଲଭର୍ସ ପାର୍ଟିବୈଷ୍ଣବଙ୍କ ଦଳରେ ଲୀନ ହେବାକୁ ଆଗ୍ରହ ଦେଖାଇଛି।

ବୈଷ୍ଣବଙ୍କ ଦଳ କେବଳ କବି, ଲେଖକ ଓ ଭାଷାପ୍ରେମୀମାନଙ୍କୁ ଟିକଟ ଦେବ। ଅବସରପ୍ରାପ୍ତ ଅଧିକାରୀ, ବରିଷ୍ଠ ସାମ୍ବାଦିକ, ସାହିତ୍ୟ ପତ୍ରିକାର ସଂପାଦକ ଓ ସାହିତ୍ୟ ସଂଗଠକମାନଙ୍କୁ ମଧ୍ୟ ଦଳରେ ଅଗ୍ରାଧିକାର ମିଳିବ।

ଦଳର ମୁଖ୍ୟ ସ୍ଳୋଗାନ୍ ରହିବ– ‘ଓଡ଼ିଆ ନ କହିଲେ ଓଡ଼ିଶା ଛାଡ଼। ଓଡ଼ିଆ ଭାଷାରେ ଶାସନ, ଓଡ଼ିଆ ଭାଷାରେ ସମସ୍ତ ପାଠ୍ୟକ୍ରମ, ଓଡ଼ିଆ ଭାଷାରେ ବ୍ୟବସାୟ ପ୍ରତିଷ୍ଠାନ ଓ ଓଡ଼ିଆ ଭାଷାରେ ବିଜ୍ଞାପନକୁ ଦଳ ଗୁରୁତ୍ବ ଦେବ। ଓଡ଼ିଆରେ କଥା କହି ପାରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ଶାସନରୁ ବିତାଡ଼ିତ କରିବା ହେବ ଦଳର ମୁଖ୍ୟ ଲକ୍ଷ୍ୟ।

ଭାଷା ଆନ୍ଦୋଳନର ଅନ୍ୟତମ ସୂତ୍ରଧର ବରିଷ୍ଠ ସାମ୍ବାଦିକ ସୁଭାଷ ପଟ୍ଟନାୟକଙ୍କୁ ଦଳରେ ସାମିଲ ପାଇଁ ଯୋଜନା ଚାଲିଛି। ତେବେ ଦଳରେ ଯୋଗ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଦୁଇଗୋଟି ସର୍ତ୍ତ ରଖିଥିବା ସୂଚନା ମିଳିଛି। ପ୍ରଥମ ସର୍ତ୍ତ: ଦଳୀୟ ସଂକେତ କଳାପତାକାରହିବ। ଦ୍ବିତୀୟ ସର୍ତ୍ତ: କଳାପତାକା ଶୋଭାଯାତ୍ରାରେ ଭାଗ ନେଉଥିବା ବ୍ୟକ୍ତିଙ୍କୁ ନୂଆ ଦଳରେ ଅଗ୍ରାଧିକାର ଭିତ୍ତିରେ ଟିକଟ ପ୍ରଦାନ କରାଯିବ। ପ୍ରଥମ ସର୍ତ୍ତରେ ଶ୍ରୀ ପରିଡ଼ା କୌଣସିମତେ ରାଜି ହୋଇଥିଲେ ବି ଦ୍ବିତୀୟଟିକୁ ମାନିବାକୁ ନାରାଜ ଥିବାରୁ ସୁଭାଷ ପଟ୍ଟନାୟକ ଦଳରେ ମିଶିବା ଆଶା ଅଧାରେ ଅଟକି ରହିଛି। ଅନ୍ୟପଟେ ଶ୍ରୀ ପଟ୍ଟନାୟକ ମଧ୍ୟ ଅନୁରୂପ ଭାବେ ଏକ ଦଳ କରିବା ଯୋଜନା କରୁଛନ୍ତି ବୋଲି କଳାପତାକା ଆନ୍ଦୋଳନର ଜଣେ ଛାମୁଆ ସଙ୍ଗଠକ କହିଛନ୍ତି।

ଶ୍ରୀ ପରିଡ଼ା ବିଜେପିରୁ ବିଶ୍ବଭୂଷଣ ହରିଚନ୍ଦନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ କିଛି ଅଲୋଡ଼ା ନେତା ଏବଂ କିଛି ବରିଷ୍ଠ ସାମ୍ବାଦିକ ଓ ସାହିତ୍ୟିକଙ୍କୁ ନିଜ ଦଳରେ ସାମିଲ କରିବାକୁ ପ୍ରୟାସ କରୁଛନ୍ତି। ଖୁବ୍ ଶୀଘ୍ର ନିର୍ବାଚନ ଆୟୁକ୍ତଙ୍କ ପାଖରେ ଦଳ ପଞ୍ଜୀକୃତ କରାଯିବ ଓ ଦଳୀୟ ସଂକେତ ପାଇଁ ଆବେଦନ କରାଯିବ। ଆଗାମୀ ଓଡ଼ିଆ ନୂଆ ବର୍ଷରେ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ରାଜନୀତି ରଣାଙ୍ଗନକୁ ଓହ୍ଲାଇବ।

Leave a Reply

Your email address will not be published. Required fields are marked *