•  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ରାଜ୍ୟର ସର୍ବବୃହତ୍ତ ତଥା କ୍ଷମତାସୀନ ବିଜୁ ଜନତା ଦଳରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସଂଖ୍ୟା ୪୨ ହଜାରରେ ପହଞ୍ଚିଥିବା ବେଳେ ଏଭଳି ବିରଳ କୀର୍ତ୍ତିମାନ ଗିନିଜ୍‌ ଓ୍ବାର୍ଲଡ ରେକର୍ଡ ବହିରେ ସ୍ଥାନ ପାଇବା ଉଚିତ ବୋଲି ଦଳୀୟ ସମର୍ଥକମାନେ ଦାବି କରିଛନ୍ତି।

ଏକ ଖବରକାଗଜର ଆକଳନ ଅନୁଯାୟୀ ବିଜେଡିରେ ଏଥର ସାଧାରଣ ନିର୍ବାଚନ ପାଇଁ ୩୦ ହଜାରରୁ ଅଧିକ ଟତକେଟ୍‌ ଆଶାୟୀ ଥିଲେ। ସେହିପରି ବିଗତ ଗୋଟିଏ ମାସ ମଧ୍ୟରେ ଅନ୍ୟ ଦଳରୁ ପ୍ରାୟ ୪୦ ହଜାରରୁ ଅଧିକ ନେତା ଓ ଟାଣୁଆ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ଏମାନଙ୍କୁ ଥଇଥାନ କରିବା ଦଳ ପାଇଁ କାଠିକର ପାଠ ହୋଇ ପଡ଼ିଥିବା ବେଳେ ଦଳର ଜଣେ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ପରାମର୍ଶଦାତା ନୂଆ ଉପାୟ ଉଦଭାବନ କରିଛନ୍ତି।

ପ୍ରତି ଲୋକସଭା କ୍ଷେତ୍ରରେ ୨ ହଜାର ଲେଖାଏଁ ମୋଟ ୨୧ଟି ଲୋକସଭା କ୍ଷେତ୍ରରେ ୪୨ ହଜାର ନେତାଙ୍କୁ ଦଳ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। କେବଳ ସେତିକି ନୁହେଁ ଦଳରେ ୫୦୦ ଉପସଭାପତି ଓ ୯ ହଜାର ସଂପାଦକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

ଭବିଷ୍ୟତରେ ଦଳର ସବୁ ନେତାଙ୍କୁ କିଛି ନା କିଛି ପଦବିରେ ରଖିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଏଭଳି ଗଣନିଯୁକ୍ତିରେ ବିଜୁ ଜନତା ଦଳ ବିଶ୍ବରେ ପ୍ରଥମ ହୋଇଥିବା ବେଳେ ଏହାକୁ ଗିନିଜ୍‌ ରେକର୍ଡ ବୁକରେ ସ୍ଥାନ ଦେବାକୁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *