•  
  •  
  •  
  •  
  •  
  •  
  •  
  •  
  •  

କଂଗ୍ରେସ୍‌ ପକ୍ଷରୁ ଦେଶବ୍ୟାପୀ ନିରବ ଶୋଭାଯାତ୍ରା, ଶୋକସଭା
କଳାଧନ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ଯନ୍ତରମନ୍ତରରେ ଆପ୍‌ ପକ୍ଷରୁ ଧାରଣ

ନୂଆଦିଲ୍ଲୀ: ଦଶନ୍ଧି ଦଶନ୍ଧି ଧରି ଦେଶରେ ଆତଙ୍କ ଖେଳାଇ ଚଲିଥିବା କଳାଧନ ମୃତ୍ୟୁକୁ ଆଜି ଏକ ବର୍ଷ ପୂରିଥିବା ବେଳେ ବିଭିନ୍ନ ରାଜେନୈତିକ ଦଳ ପକ୍ଷରୁ ଏହାକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ମୃତ୍ୟୁବାର୍ଷିକୀକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି।

ବିଜେପି ସଭାପତି ଅମିତ ଶାହ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି,

ମଧ୍ୟପ୍ରାଚ୍ୟରେ ଆଇଏସ୍‌, ଆଫଗାନିସ୍ଥାନରେ ତାଲିବାନ୍, ଶ୍ରୀଲଙ୍କାରେ ଏଲ୍‌ଟିଟିଇ ଓ ଦଣ୍ଡକାରଣ୍ୟରେ ନକ୍ସଲ ସମୂଳେ ମୂଳପୋଛ ହେବା ପରି ମୋଦି ସରକାର ଭାରତରୁ କଳାଧନକୁ ସମୂଳେ ନାଶ କରିଛନ୍ତି। ଏବେ ଭାରତ କଳାଧନ ମୁକ୍ତ। ଭଲ ଦିନ ଆସିଯାଇଛି। କଳାଧନକୁ ଗୃହପାଳିତ ପଶୁ କରି ରଖିଥିବା ଅନ୍ୟ ଦଳର ନେତା ଓ ଅସାଧୁ ବ୍ୟବସାୟୀମାନେ ଏବେ ମୁଣ୍ଡ କୋଡ଼ୁଛନ୍ତି।

ଅନ୍ୟପଟେ କଳାଧନ ମୃତ୍ୟୁବାର୍ଷିକୀ ଅବସରରେ କଂଗ୍ରେସ୍‌ ଦେଶବ୍ୟାପୀ ଶୋକସଭା ଓ ନିରବ ଶୋଭାଯାତ୍ରା କରିଛି।

କଂଗ୍ରେସ୍‌ ଉପାଧ୍ୟକ୍ଷ ରାହୁଳ ଗାନ୍ଧି କହିଛନ୍ତି,

ଏ ସରକାର ଯାହାକୁ କଳାଧନ ଆଖ୍ୟା ଦେଉଛନ୍ତି, ଅସଲରେ ତାହା କଷ୍ଟୋପାର୍ଜିତ ସମ୍ପତ୍ତି। ମିଛରେ ଲୋକଙ୍କୁ ଆତଙ୍କବାଦୀ ଓ ଦେଶଦ୍ରୋହୀ ଘୋଷଣା କରାଯିବା ଭଳି ବିଜେପି ବିରୋଧୀ ଲୋକଙ୍କ ସମ୍ପତ୍ତିକୁ କଳାଧନ ଆଖ୍ୟା ଦିଆଯାଇ ଅକାରଣରେ ହତ୍ୟା କରାଯାଇଛି। ଏହା କଳାଧନ ନୁହେଁ, ଧଳାଧନ। ଧଳାଧନ ଅମର ରହେ। ଧଳାଧନ ହତ୍ୟାକାରୀ ମୋଦି ସରକାରଙ୍କୁ ଆମେ ଖୁବ ଶୀଘ୍ର ହତ୍ୟା କରିବୁ।

ତେବେ କଳାଧନକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି ଆମ୍‌ ଆଦମୀ ପାର୍ଟି।

ଦଳ ମୁଖିଆ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି,

ଅସଲରେ କଳାଧନ ହତ୍ୟା ଅଭିଯାନ ଏକ ବାହାନା। ବିଜେପି ବାଲାଏ କଳାଧନକୁ ହତ୍ୟା କରିବା ବଦଳରେ ଅପହରଣ କରି ନେଇ କେଉଠିଁ ଲୁଚାଇ ରଖିଛନ୍ତି ଓ ନିଜ କାର୍ଯ୍ୟରେ ନିର୍ଧୁମ ଖଟାଉଛନ୍ତି। ଏହା କଳାଧନ ପ୍ରତି ଅନ୍ୟାୟ ଓ ଧନାଧିକାର ଉଲ୍ଲଂଘନ। ଏଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ କଳାଧନକୁ ବିଜେପି ପଞ୍ଝାରୁ ମୁକ୍ତି ଦେବା ଦରକାର।
କଳାଧନ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରି ଆପ୍‌ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣା ଦିଆଯାଇଛି।

ଆପ୍‌ ଅଭିଯୋଗର ଉତ୍ତର ରଖିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ। ସେ କହିଛନ୍ତି ଯେ, ବିଜେପିର କ’ଣ ଧନ ଅଭାବ ଯେ ସେ ଅନ୍ୟର କଳାଧନକୁ ଅପହରଣ କରିବ।

Leave a Reply

Your email address will not be published. Required fields are marked *