ନ୍ୟୁୟର୍କ: ଆମେରିକାରେ ଏବେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ଏହି ଓଡ଼ିଆ ପାଇଲଟ। କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ପାକୁଡ଼ିଆ ଗ୍ରାମର ହରିହର ସୁବୁଦ୍ଧିଙ୍କ ସାନପୁଅ ପ୍ରମୋଦ କୁମାର ସୁବୁଦ୍ଧି ଗତ ଦୁଇବର୍ଷ ଧରି ଆମେରିକାର ଅନ୍ତର୍ଦେଶୀୟ ବିମାନ ସେବା ଜେଟବ୍ଲୁରେ ସହପାଇଲଟ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ନିଜର ସୁବୁଦ୍ଧି ଓ ସାହସ ବଳରେ ଆସନ୍ନ ଦୁର୍ଘଟଣାରୁ ବିମାନକୁ ବର୍ତ୍ତାଇବା ସହ ୧୮୨ ଜଣ ଯାତ୍ରୀଙ୍କର ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି ପ୍ରମୋଦ। ଘଟଣାଟି ଘଟିଛି…

ନୂଆଦିଲ୍ଲୀ: ଅସମ୍ଭବକୁ ସମ୍ଭବ କରିଛନ୍ତି ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଅସାଧାରଣ ଓ ବିରଳ ପ୍ରତିଭା ପାଇଁ ପୁଣି ଥରେ ବିଶ୍ବ ଦରବାରରେ ଭାରତ ପାଇଁ ସେ ଗୌରବ ଗୋଟାଇଛନ୍ତି। ରାଜନୀତିର ରୋବୋଟ୍‌ ଭାବେ ପରିଚିତ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦିଙ୍କର ଅଲୌକିକ ପ୍ରତିଭାରେ ମୁଗ୍ଧ ହୋଇ ତାଙ୍କୁ ରାଜନୀତିର ରଜନୀକାନ୍ତ ଭାବେ ଅଭିହିତ କରିଛନ୍ତି। ବର୍ଷା ପାଗରେ ପାକିସ୍ତାନର ରାଡାରକୁ ଅକାମୀ କରି ସର୍ଜିକାଲ ଷ୍ଟ୍ରାଇକ କରାଇ ପାରିଥିବା ମୋଦି ଏ…

ଓ୍ବାଶିଂଟନ୍: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଆଜି ଥିଲା ଏକ ଐତିହାସିକ ଦିବସ। ଭାରତରେ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବିଜେପି ନେତାଗଣ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ବିଶ୍ବସ୍ତରରେ ଦଳକୁ ମିଳିଛି ବିରଳ ସମର୍ଥନ। ମୋଦିଙ୍କ ମେ ଭି ଚୌକିଦାର ଡାକରାରେ ପ୍ରଭାବିତ ହୋଇ ବିଶ୍ବର ଏକ ନମ୍ବର ନେତା ତଥା ଆମେରିକାର ରାଷ୍ଟ୍ରପତି ଟ୍ବିଟର ହାଣ୍ଡଲରେ ନିଜ ନାମ ଆଗରୁ ଚୌକିଦାର ଯୋଡ଼ିଛନ୍ତି। ଭାରତରେ ଚାଲିଥିବା ସାଧାରଣ ନିର୍ବାଚନରେ…

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦ୍ବାରା ପ୍ରତିଷ୍ଠିତ ହେବାକୁ ଥିବା ଜିଓ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ପିଏଚ୍‌ଡି ଡିଗ୍ରୀ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପୁଅ ପାଠ ପଢ଼ିବେ। ଇତି ମଧ୍ୟରେ ରାହୁଳ ତାଙ୍କ ପୁଅ ସହ ଆସି ଜିଓ ଇନଷ୍ଟିଚ୍ୟୁଟରେ ନାମ ଲେଖାଇ ଯାଇଛନ୍ତି। ଆପଣ ଏଭଳି ଖବର ପଢ଼ି ଆଶ୍ଚର୍ଯ୍ୟ-ଚକିତ ହେଉଥିବେ ନିଶ୍ଚୟ। ତେବେ ଏ କଥା ଶତ ପ୍ରତିଶତ ସତ।…

ଲସ୍‌ ଆଞ୍ଜେଲସ/ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଆଉ ଗୌରବର ଖବର। ଆମ ସିନେମା ଶିଳ୍ପର ଆଗଧାଡ଼ିର ଅଭିନେତା ମିହିର ଦାସ ହଲିଉଡ ସିନେମାରେ ଅଭିନୟ କରୁଛନ୍ତି। ସିନେମାର ନାଁ ରହିଛି ‘ଏକ୍ସକ୍ୟୁଜ୍‌ ମି’। ହଲିଉଡ ସିନେମାରେ ସୁଯୋଗ ପାଇବାରେ ମିହିର ହେଉଛନ୍ତି ପ୍ରଥମ ଓଡ଼ିଆ। ଏ ଖବର ଜଣାପଡ଼ିବା ପରେ କେବଳ ଓଡ଼ିଆ କାହିଁକି, ଭାରତୀୟ ସିନେମା ଜଗତରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ…

ଆଇଏସ୍‌ଆଇ, ମୁଶାରଫ୍‌ ଓ ହଫିଜ୍‌ ସୟିଦ୍‌ର ସମର୍ଥନ ବେଜିଂ/ଇସଲାମାବାଦ: ତିବ୍ବତ ଭଳି ପାକିସ୍ତାନକୁ ନିଜ ଦେଶରେ ମିଶାଇବାକୁ ମନ୍ତ୍ରଣା କରୁଛି ଚୀନ୍। ଏଥିପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ପୂର୍ବତନ ରାଷ୍ଟ୍ରମୁଖ୍ୟ ପରଭେଜ୍‌ ମୁଶାରଫ ଓ ଆତଙ୍କବାଦୀ ହଫିଜ୍‌ ସୟିଦ୍‌ର ସମର୍ଥନ ଥିବା ଜଣାପଡ଼ିଛି। ଭାରତକୁ ମୁକାବିଲା କରିବାରେ ବିଫଳ ପାକିସ୍ତାନରେ ଚୀନ୍‌ ସହ ମିଶ୍ରଣ ନେଇ ଜନମତ ନଥିଲେ ବି ତୁଙ୍ଗ ନେତାମାନେ ଆଗ୍ରହ ଦେଖାଇଛନ୍ତି। ଦକ୍ଷିଣ ଏସିଆରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଉତ୍ଥାନ…

ବିଶ୍ବର ଶ୍ରେଷ୍ଠ ଅଧ୍ୟାଦେଶ ଭାବେ ଘୋଷଣା କଲା ୟୁନେସ୍କୋ ପାରିସ୍(ଫ୍ରାନ୍ସ)/ଜୟପୁର: ଲଗାତାର ତିନି ବର୍ଷରେ ୟୁନେସ୍କୋ ତରଫରୁ ତିନୋଟି ବିରଳ କୀର୍ତ୍ତିମାନ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ବିଜେପି ସରକାର। ପ୍ରଥମେ ନରେନ୍ଦ୍ର ମୋଦିଙ୍କୁ ବିଶ୍ବର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଥିଲା ୟୁନେସ୍କୋ। ପରବର୍ଷ ଭାରତର ଜାତୀୟ ସଙ୍ଗୀତ ଜନ-ଗଣ-ମନକୁ ବିଶ୍ବର ଶ୍ରେଷ୍ଠ ଜାତୀୟ ସଂଗୀତର ମାନ୍ୟତା ଦେଇଥିଲା ୟୁନେସ୍କୋ। ଚଳିତ ବର୍ଷ ପୁଣି ଥରେ ବିଜେପି ଶାସିତ ରାଜସ୍ଥାନରେ ପାରିତ ନୂଆ…

ଅର୍ଣବ ଗୋସ୍ବାମୀଙ୍କ ଶୋ‘ରେ ମତ ରଖିଲେ ପାକିସ୍ତାନୀ ବିଶେଷଜ୍ଞ ଓ୍ବାସିଂଟନ୍ ଡିସି/ମୁମ୍ବାଇ: ଦିନକୁ ଏକାଧିକ ବାର ଦାଢ଼ି କ୍ଷୋର ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଣିକି ଦାଢ଼ି ବଢ଼ାଇବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ମିଳିଛି। ନିଜର ପୁରୁଣା ବାରିକଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁଇଜଣ ନୂଆ ବାରିକ ନିଯୁକ୍ତି କରିବାକୁ ରାଷ୍ଟ୍ରପତି ହ୍ବାଇଟ ହାଉସ୍ ପର୍ସନାଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କୋରିଆର ଏକଛତ୍ରବାଦ ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ୍‌ ଉନ୍‌ ତାଙ୍କୁ ‘ପାତିମୁହାଁ‘…