ଯୋଧପୁର: ୨୦ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ବର୍ତ୍ତମାନ ଯୋଧପୁର ଜେଲରେ ଥିବା ବଲିଉଡ୍‌ ତାରକା ସଲମାନ୍‌ ଖାନ୍‌ ପାରୋଲ୍‌ରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏ ନେଇ ସେ ଆବେଦନ କରିଥିବା ଜେଲ୍‌ କର୍ତୃପକ୍ଷ ଜଣାଇଛନ୍ତି। ବିଗତ ବର୍ଷମାନଙ୍କରେ ଗଞ୍ଜାମର ବେତନଟି-ବାଲିପଦର ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃୃଦ୍ଧି ପାଇଥିବା ନେଇ ନିକଟରେ ଗଣମାଧ୍ୟମେର ରିପୋର୍ଟ ପ୍ରକାଶ ପାଇଛି। ନିକଟରେ ହୋଇଥିବା ଗଣନା ଅନୁସାରେ ବର୍ତ୍ତମାନ ଗଞ୍ଜାମର ଏହି…

କଂଗ୍ରେସ୍‌ ପକ୍ଷରୁ ଦେଶବ୍ୟାପୀ ନିରବ ଶୋଭାଯାତ୍ରା, ଶୋକସଭା କଳାଧନ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ଯନ୍ତରମନ୍ତରରେ ଆପ୍‌ ପକ୍ଷରୁ ଧାରଣ ନୂଆଦିଲ୍ଲୀ: ଦଶନ୍ଧି ଦଶନ୍ଧି ଧରି ଦେଶରେ ଆତଙ୍କ ଖେଳାଇ ଚଲିଥିବା କଳାଧନ ମୃତ୍ୟୁକୁ ଆଜି ଏକ ବର୍ଷ ପୂରିଥିବା ବେଳେ ବିଭିନ୍ନ ରାଜେନୈତିକ ଦଳ ପକ୍ଷରୁ ଏହାକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ମୃତ୍ୟୁବାର୍ଷିକୀକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ବିଜେପି ସଭାପତି ଅମିତ ଶାହ ଦେଶବାସୀଙ୍କୁ…

ଭୁବନେଶ୍ବର: କମ୍‌ ବୟସର ଯୁବକ-ଯୁବତୀ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେଶ୍‌ କିଛିଦିନ ଧରି ଆକ୍ରାନ୍ତ କରି ରଖିଥିବା ମାରାତ୍ମକ ମୋବାଇଲ୍‌ ଫୋନ୍‌ ଖେଳ ବ୍ଲୁ-ହ୍ବେଲ୍‌ କ୍ରମଶଃ ଜନମାନସରୁ ପାଶୋର ହେବାକୁ ବସିଥିବା ବେଳେ,ପୁଣି ଚର୍ଚ୍ଚାକୁ ଆସିଛି। ରାଜ୍ୟର ଜଣେ ବରିଷ୍ଠ ବିଜେପି ନେତା ଏହି ଖେଳ ପାଲରେ ପଡ଼ିଛନ୍ତି। ଦିଲ୍ଲୀରେ ରହୁଥିବା ତାଙ୍କରି ଦଳର ଅନ୍ୟ ଜଣେ ନେତା ଖେଳର ଆଡମିନିଷ୍ଟ୍ରେଟର୍‌ ସାଜି ତାଙ୍କୁ ଏଭଳି ଫସାଇଛନ୍ତି। ବରିଷ୍ଠ ନେତା ଜଣକ ଏଭଳି ଅସହାୟ ହୋଇ ପଡ଼ିଛନ୍ତି ଯେ,…

କୋରାପୁଟ: ଚଳିତ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଗାଁର ନବମ ଶ୍ରେଣୀ ଝିଅକୁ ଦୁଷ୍କର୍ମ ଘଟଣାରେ ପୁଲିସ ଏଯାଏଁ କୌଣସି ଠୋସ୍‌ ପ୍ରମାଣ ପାଇ ନଥିବା ବେଳେ, ଏହା ପଛରେ ଅତୃପ୍ତ ଆତ୍ମାର ହାତ ଥାଇପାରେ ବୋଲି ଗାଁରେ ସନ୍ଦେହ ପ୍ରକଟ ପାଇଛି। ଏଥିପାଇଁ ଗୁଣିଆକୁ ଡକାଇ କୁନ୍ଦୁଲିରେ ଆଜି ଠାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପାସପୋର୍ଟ ଫଟୋ ଉଠାଇବା ପାଇଁ ଝିଅଟି ଗାଁ ବାହାରକୁ ଯାଇଥିବା ବେଳେ ଗତ ୧୦ ତାରିଖରେ କେତେଜଣ…