ଭୁବନେଶ୍ବର: ଆଜି ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରୁଥିବା ବେଳେ ତାଙ୍କ ସହ ୨୦ ଜଣ ମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି। ତେବେ ଏଥର ନିଶ୍ଚୟ ମନ୍ତ୍ରୀପଦ ପାଇବେ ବୋଲି ଆଶା ବାନ୍ଧି ବସିଥିବା ବିଜେଡିର ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ନିରାଶ ହେବାକୁ ପଡ଼ିଛି। ପୁରୀ ଜିଲ୍ଲାରୁ ନିମାପଡ଼ା ବିଧାୟକ ସମୀର ରଂଜନ ଦାଶଙ୍କୁ ମନ୍ତ୍ରୀପଦ ମିଳିଛି।…

ଭୁବନେଶ୍ବର: ମହାବାତ୍ୟା ଫନି ଦ୍ବାରା ପ୍ରଭାବିତ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ସନ୍ଧାନରେ ଲାଗିଥିବା ଡ୍ରୋନ୍‌ କ୍ୟାମେରାକୁ ଅନ୍ୟ କାର୍ଯ୍ୟରେ ଲଗାିବାକୁ ଯଯୋଜନା କରିଛନ୍ତି ରାଜ୍ୟ ସରକାର। ନିର୍ବାଚନ ଓ ତହିଁ ପୂର୍ବରୁ ବେଶ୍‌ ତତ୍ପର ଥିବା ବିଜୁ ଯୁବ ବାହିନୀର ଲକ୍ଷ ଲକ୍ଷ ଯୁବ କର୍ମୀ ଫୋନି ପରେ ହଠାତ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ନିଖୋଜ ହେବା ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଖୁବ ଶୀଘ୍ର ପରଦା ହଟିବ ବୋଲି ସରକାର କହିଛନ୍ତି।…

ନ୍ୟୁୟର୍କ: ଆମେରିକାରେ ଏବେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ଏହି ଓଡ଼ିଆ ପାଇଲଟ। କଟକ ଜିଲ୍ଲା ନରସିଂହପୁର ଅନ୍ତର୍ଗତ ପାକୁଡ଼ିଆ ଗ୍ରାମର ହରିହର ସୁବୁଦ୍ଧିଙ୍କ ସାନପୁଅ ପ୍ରମୋଦ କୁମାର ସୁବୁଦ୍ଧି ଗତ ଦୁଇବର୍ଷ ଧରି ଆମେରିକାର ଅନ୍ତର୍ଦେଶୀୟ ବିମାନ ସେବା ଜେଟବ୍ଲୁରେ ସହପାଇଲଟ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ନିଜର ସୁବୁଦ୍ଧି ଓ ସାହସ ବଳରେ ଆସନ୍ନ ଦୁର୍ଘଟଣାରୁ ବିମାନକୁ ବର୍ତ୍ତାଇବା ସହ ୧୮୨ ଜଣ ଯାତ୍ରୀଙ୍କର ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି ପ୍ରମୋଦ। ଘଟଣାଟି ଘଟିଛି…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସବୁଠୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରସିଦ୍ଧ ବାରିକ ଜେଭାଦ ହବିବ ଦଳରେ ଯୋଗଦେବା ପରେ ପ୍ରଥମ ଦିନରୁ ନିଜର କମାଲ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମୁଣ୍ଡ ଚୂଳର ଶୈଳୀ ବଦଳେଇ ଦେଇଛନ୍ତି ଦେଶର ଜଣାଶୁଣା ହେୟାର ଡ୍ରେସର ଜାଭେଦ୍। ବିଜୟ ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ପନ୍ଥା ଆପଣେଉଛନ୍ତି। କିଏ ନିଜର କଥା କହିବାର ଶୈଳୀ ପରିବର୍ତ୍ତନ କରୁଛନ୍ତି…

ଭୁବନେଶ୍ବର: ରାଜ୍ୟର ସର୍ବବୃହତ୍ତ ତଥା କ୍ଷମତାସୀନ ବିଜୁ ଜନତା ଦଳରେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସଂଖ୍ୟା ୪୨ ହଜାରରେ ପହଞ୍ଚିଥିବା ବେଳେ ଏଭଳି ବିରଳ କୀର୍ତ୍ତିମାନ ଗିନିଜ୍‌ ଓ୍ବାର୍ଲଡ ରେକର୍ଡ ବହିରେ ସ୍ଥାନ ପାଇବା ଉଚିତ ବୋଲି ଦଳୀୟ ସମର୍ଥକମାନେ ଦାବି କରିଛନ୍ତି। ଏକ ଖବରକାଗଜର ଆକଳନ ଅନୁଯାୟୀ ବିଜେଡିରେ ଏଥର ସାଧାରଣ ନିର୍ବାଚନ ପାଇଁ ୩୦ ହଜାରରୁ ଅଧିକ ଟତକେଟ୍‌ ଆଶାୟୀ ଥିଲେ। ସେହିପରି ବିଗତ ଗୋଟିଏ ମାସ ମଧ୍ୟରେ ଅନ୍ୟ ଦଳରୁ ପ୍ରାୟ ୪୦ ହଜାରରୁ…

ଓ୍ବାଶିଂଟନ୍: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଆଜି ଥିଲା ଏକ ଐତିହାସିକ ଦିବସ। ଭାରତରେ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବିଜେପି ନେତାଗଣ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ବିଶ୍ବସ୍ତରରେ ଦଳକୁ ମିଳିଛି ବିରଳ ସମର୍ଥନ। ମୋଦିଙ୍କ ମେ ଭି ଚୌକିଦାର ଡାକରାରେ ପ୍ରଭାବିତ ହୋଇ ବିଶ୍ବର ଏକ ନମ୍ବର ନେତା ତଥା ଆମେରିକାର ରାଷ୍ଟ୍ରପତି ଟ୍ବିଟର ହାଣ୍ଡଲରେ ନିଜ ନାମ ଆଗରୁ ଚୌକିଦାର ଯୋଡ଼ିଛନ୍ତି। ଭାରତରେ ଚାଲିଥିବା ସାଧାରଣ ନିର୍ବାଚନରେ…

ଭୁବନେଶ୍ବର: ଭାରତରତ୍ନ ପରେ ଦେଶର ସର୍ବୋଚ୍ଚ ସମ୍ମାନ ଭାବେ ଜଣାଶୁଣା ପଦ୍ମ ସମ୍ମାନ ଢାଞ୍ଚାରେ ଓଡ଼ିଶାରେ ଶଙ୍ଖ ସମ୍ମାନ ପ୍ରଚଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଭଳି ରାଜ୍ୟର ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବିଜ୍ଞ ଓ ସମାଜସଂସ୍କାରକମାନଙ୍କୁ ଶଙ୍ଖଶ୍ରୀ, ଶଙ୍ଖଭୂଷଣ ଓ ଶଙ୍ଖବିଭୂଷଣ ଉପାଧି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ସମ୍ମାନ ପ୍ରଚଳନ ନେଇ ଖୁବ୍‌ ଶୀଘ୍ର କ୍ୟାବିନେଟରେ…

ଭୁବନେଶ୍ବର: ନିକଟରେ କଂଗ୍ରେସ ଦଳରୁ ବିଦା ହାେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପତଳା ଝାଡ଼ା ଯୋଗୁଁ ନିସ୍ତେଜ ହାେଇଯିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ‘ମହାଖୁଲାସା’ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଅନ୍ୟପଟେ ଏହା ନବୀନ ପଟ୍ଟନାୟକଙ୍କ ଯୋଜନା କହି ୧୦୮ ଅ‍ାମ୍ବୁଲାନ୍ସକୁ ଦୁଅ‍ାରୁ ଫେରାଇ ଦେଇଛନ୍ତି ଶ୍ରୀ ଜେନା। ଜାନୁଅ‍ାରୀ ୨୫ ତାରିଖରେ ସେ ରାହୁଲଙ୍କ ବିରୋଧରେ ବିଷ ଓଗାଳିବେ ବୋଲି ଘୋଷଣା କରିଥିଲେ। ଘଟଣାରୁ ପ୍ରକାଶ, ଗତକାଲି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ବରରେ ବିଶାଳ…

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ତୈଳଦର ବୃଦ୍ଧି ପାଉଥିବା ବେଳେ, ଏହା ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଦେଶର ବିଭିନ୍ନ ସହରରେ ଏବେ ତୈଳଦର ୮୦ରୁ ୯୦ ଟଙ୍କା ଭିତରେ ରହିଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତୈଳ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବେପରୁଆ ମନଭାବ ବିରୋଧୀଙ୍କୁ ବି ବିସ୍ମିତ କରିଛି। ଅନ୍ୟପଟେ ତୈଳ ଦରବୃଦ୍ଧି ପଛରେ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି)ର ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ…

ଭୁବନେଶ୍ବର: ପଖାଳ ପ୍ରିୟ ଓଡ଼ିଅ‍ାଙ୍କ ଅତି ପ୍ରିୟ ବ୍ୟଞ୍ଜନ ଭାବେ ପରିଚିତ କୋଶଳା ଶାଗର ନାମ ପରିବର୍ତ୍ତନ ପାଇଁ ରାଜ୍ୟବ୍ୟାପୀ ଦାବି ଯୋର ଧରିଛି। ଗତ ଦୁଇତିନି ଦିନ ଧରି ଏ ନେଇ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଓଡ଼ିଶାର ଏହା ପ୍ରାଚୀନ ଶାଗ ହାେଇଥିବାରୁ ରାଜ୍ୟର ପ୍ରାଚୀନ ନାମ ଉତ୍କଳ ଅ‍ାଧାରରେ ଏ ଶାଗର ନାମ ମଧ୍ୟ ଉତ୍କଳା କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ଉଠିଛି। ଅ‍ାଜି ପୂର୍ବାହ୍ନରେ କଟକ ଛତ୍ରବଜାର ଶାଗ…