•  
  •  
  •  
  •  
  •  
  •  
  •  
  •  
  •  

ଆଇଏସ୍‌ଆଇ, ମୁଶାରଫ୍‌ ଓ ହଫିଜ୍‌ ସୟିଦ୍‌ର ସମର୍ଥନ

ବେଜିଂ/ଇସଲାମାବାଦ: ତିବ୍ବତ ଭଳି ପାକିସ୍ତାନକୁ ନିଜ ଦେଶରେ ମିଶାଇବାକୁ ମନ୍ତ୍ରଣା କରୁଛି ଚୀନ୍। ଏଥିପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ପୂର୍ବତନ ରାଷ୍ଟ୍ରମୁଖ୍ୟ ପରଭେଜ୍‌ ମୁଶାରଫ ଓ ଆତଙ୍କବାଦୀ ହଫିଜ୍‌ ସୟିଦ୍‌ର ସମର୍ଥନ ଥିବା ଜଣାପଡ଼ିଛି।

ଭାରତକୁ ମୁକାବିଲା କରିବାରେ ବିଫଳ ପାକିସ୍ତାନରେ ଚୀନ୍‌ ସହ ମିଶ୍ରଣ ନେଇ ଜନମତ ନଥିଲେ ବି ତୁଙ୍ଗ ନେତାମାନେ ଆଗ୍ରହ ଦେଖାଇଛନ୍ତି। ଦକ୍ଷିଣ ଏସିଆରେ ଭାରତ ଏକ ଶକ୍ତିଶାଳୀ ଦେଶ ଭାବେ ଉତ୍ଥାନ କରୁଥିବା ବେଳେ ଉଭୟ ଚୀନ୍‌ ଓ ପାକିସ୍ତାନ ପାଇଁ ଏହା ଚିନ୍ତାର କାରଣ ହୋଇଛି।

ଚୀନ୍‌ ଏସିଆରେ ନିଜର ବଡ଼ଭାଇ ପଣିଆ ବଜାୟ ରଖିବାକୁ ଚାହୁଥିବା ବେଳେ, ପାକିସ୍ତାନ କୌଣସି ମତେ ଭାରତର ଉତ୍ଥାନକୁ ସହ୍ୟ କରି ପାରୁନାହିଁ।

ଭାରତକୁ ଚାରିପଟୁ ଚାପ ପକାଇବା ପାଇଁ ଚୀନ୍‌ ନିଜର ଉଦ୍ୟମ ଜାରି ରଖିଛି। ତିବ୍ବତ ଜନସାଧାରଣଙ୍କ ବିରୋଧ ସତ୍ତ୍ବେ ଚୀନ୍‌ ଏହାକୁ ନିଜକୁ କବ୍‌ଜାକୁ ନେଇଛି। ପାକିସ୍ତାନ-ଚୀନ୍‌ ରାସ୍ତା ନିର୍ମାଣ, ପାକ୍‌ ଅଧିକୃତ କଶ୍ମୀରରେ ନଦୀବନ୍ଧ ନିର୍ମାଣ ମାଧ୍ୟମରେ ଚୀନ୍‌ କ୍ରମଶଃ ପାକିସ୍ତାନରେ ନିଜର ପ୍ରଭୁତ୍ବ ବିସ୍ତାର କରୁଛି। ଚୀନ୍‌ର ଏଭଳି ଉଦ୍ଦେଶ୍ୟକୁ ବିରୋଧ କରିବାରୁ ନଓ୍ବାଜ ଶରିଫଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ଚକ୍ରାନ୍ତ କରି ହଟାଇଛି ଆଇଏସ୍‌ଆଇ। ଚୀନ୍‌ ସହ ମିଶି ପାକିସ୍ତାନ ବିଶ୍ବର ବୃହତ୍ତମ ରାଷ୍ଟ୍ର ଶକ୍ତି ହେବାକୁ ଯୋଜନା ରଖିଛି।

ଅନ୍ୟପଟେ ଏଭଳି ଉଦ୍ୟମକୁ ହସରେ ଉଡ଼ାଇ ଦେଇଛି ଭାରତ। ପାକିସ୍ତାନକୁ ନିଜ ଦେଶରେ ସାମିଲ କଲେ ଚୀନ୍‌ର ବିକାଶ ବାଧା ପାଇବ ଓ ଏହା ଏକ ଆତଙ୍କବାଦୀ ରାଷ୍ଟ୍ରରେ ପରିଣତ ହେବ ବୋଲି ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଧୋବାଲ ଆଶଙ୍କା ପ୍ରକଟ କରିଛନ୍ତି।

ଏସିଆରେ ସାମ୍ରାଜ୍ୟ ବିସ୍ତାର ଲାଳସା ପୋଷଣ କଲେ ଚୀନ୍‌ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଛି ଆମେରିକା।

Leave a Reply

Your email address will not be published. Required fields are marked *