•  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଚଳିତ ମାସ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ବିମୁଦ୍ରାୟନର ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ, ରିଜର୍ବ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ଦିନ ପାଇଁ ପୁରୁଣା ନୋଟ୍‌ ବଦଳ ପ୍ରକ୍ରିୟା ପୁନଃ ଚାଲୁ କରିବା ପାଇଁ ଆର୍‌ବିଆଇ ଘୋଷଣା କରିଛି। ତେବେ ଅଧିକ କଳାଧନ ଗଚ୍ଛିତ ରଖିଥିବା ରାଜନୈତିକ ବ୍ୟକ୍ତି ଓ ବ୍ୟବସାୟୀମାନେ କେବଳ ଏହି ସୁବିଧାର ଲାଭ ଉଠାଇ ପାରିବେ।

ଏହି ଦିନଟିକୁ ଭାରତୀୟ ଜନତା ପାର୍ଟି କଳାଧନ-ନିରୋଧ ଦିବସ ଭାବେ ପାଳନ କରିବାକୁ ଯୋଜନା କରିଛି। ଦଳୀୟ ନେତାଙ୍କ ପାଖରେ ରହି ଯାଇଥିବା ବଳକା କଳାଧନ ବଦଳ କରି ନଭେମ୍ବର ୮ରେ ଦଳ ସମ୍ପର୍ଣ୍ଣ କଳାଧନ ମୁକ୍ତ ହେବା ଲାଗି ସଙ୍କଳ୍ପ ନେଇଛି।

୨୦୧୭ ନଭେମ୍ବର ୮ ବୁଧବାର ଦିନ ସକାଳ ୧୦ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମେଟ୍ରୋ ସହର ଓ ରାଜ୍ୟ ରାଜଧାନୀ ଗୁଡ଼ିକରେ କେତେକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଶାଖାରେ ଏହି ଅଚଳ ଟଙ୍କା ବଦଳ ସୁବିଧା ପ୍ରଦାନ କରାଯିବ। ସର୍ବନିମ୍ନ ୧ ଲକ୍ଷ ଓ ସର୍ବାଧିକ ୧୦୦ କୋଟି ପର୍ଯ୍ୟନ୍ତ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବଦଳ କରିହେବ।

୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ବଦଳ ପାଇଁ କୌଣସି କଟକଣା ନାହିଁ। ତେବେ ତହିଁରୁ ଅଧିକ ପରିମାଣର ଅର୍ଥ ବଦଳ ପାଇଁ ସ୍ଥାନୀୟ ଲୋକ ପ୍ରତିନିଧି(କେବଳ ବିଧାୟକ ଓ ସାଂସଦ)ଙ୍କ ଠାରୁ ଏକ ଲିଖିତ ଅନୁମୋଦନ ଆଣି ବ୍ୟାଙ୍କରେ ଦାଖଲ କରିବାକୁ ପଡ଼ିବ।

ଲୋକଙ୍କ ସୁବିଧା ପାଇଁ ବିଜେପି ପକ୍ଷରୁ ଅନୁମୋଦିତ ସହରରେ ଥିବା ଦଳୀୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଅନୁମୋଦନ ପ୍ରଦାନ ଡେସ୍କ ଖୋଲାଯାଇଛି।

ଭୁବନେଶ୍ବରରେ ବିଜେପି କାର୍ଯ୍ୟାଳୟ ପରିସରରେ ମଧ୍ୟ ଅନୁରୂପ ଡେସ୍କ ଖୋଲାଯାଇଛି। ରାଜ୍ୟରେ ଦଳୀୟ ସାଂସଦ ଓ ବିଧାୟକଙ୍କ ସଂଖ୍ୟା ଗୌଣ ଥିବାରୁ ଅନୁମୋଦନ ପତ୍ର ଦେବା ଲାଗି ଉତ୍ତରପ୍ରଦେଶ ଓ ଛତିଶଗଡ଼ରୁ ୨୦ ଜଣ ପ୍ରତିନିଧିଙ୍କୁ ଡକାଯାଇଛି।

Leave a Reply

Your email address will not be published. Required fields are marked *