•  
  •  
  •  
  •  
  •  
  •  
  •  
  •  
  •  

ଓ୍ବାଶିଂଟନ୍: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଆଜି ଥିଲା ଏକ ଐତିହାସିକ ଦିବସ। ଭାରତରେ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବିଜେପି ନେତାଗଣ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ବିଶ୍ବସ୍ତରରେ ଦଳକୁ ମିଳିଛି ବିରଳ ସମର୍ଥନ।

ମୋଦିଙ୍କ ମେ ଭି ଚୌକିଦାର ଡାକରାରେ ପ୍ରଭାବିତ ହୋଇ ବିଶ୍ବର ଏକ ନମ୍ବର ନେତା ତଥା ଆମେରିକାର ରାଷ୍ଟ୍ରପତି ଟ୍ବିଟର ହାଣ୍ଡଲରେ ନିଜ ନାମ ଆଗରୁ ଚୌକିଦାର ଯୋଡ଼ିଛନ୍ତି। ଭାରତରେ ଚାଲିଥିବା ସାଧାରଣ ନିର୍ବାଚନରେ କେବଳ ବିଜେପିକୁ ଭୋଟ ଦେଇ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରାିବା ପାଇଁ ଆମରିକାରେ ଥିବା ପ୍ରବାସୀ ଭାରତୀୟମାନଙ୍କୁ ଅନୁରୋଧ କରିଛନ୍ତି ଟ୍ରମ୍ପ।

କେବଳ ସେତିକି ନୁହେଁ, ଆମେରିକାର ବିଭିନ୍ନ ଭାରତୀୟ ବହୁଳ ସହରଗୁଡ଼ିକରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଆୟୋଜନ ହେବା ନେଇ ଟ୍ରମ୍ପ ଆଜି ଟ୍ବିଟ୍‌ କରିଛନ୍ତି। ସଭାରେ ନିଜେ ଟ୍ରମ୍ପ୍‌ ଉପସ୍ଥିତ ରହି ବିଜେପି ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଏଥର ଭାରତରେ ମୋଦି ବିଜୟୀ ହେବା ପରେ ଆମେରିକାରେ ବିଜେପି ନିଜର ରାଜନୈତିକ ଶାଖା ଖୋଲି ସେଠାରେ ନିର୍ବାଚନରେ ଅଂଶଗ୍ରହଣ କରୁ ବୋଲି ଟ୍ରମ୍ପ ପ୍ରସ୍ତାବ ରଖିଛନ୍ତି। ଏ ନେି ଆବଶ୍ୟକୀୟ ସମ୍ବିଧାନ ସଂଶୋଧନ ସମ୍ପର୍କରେ ସେ କଂଗ୍ରେସରେ ପ୍ରସ୍ତାବ ଆଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଟ୍ରମ୍ପଙ୍କର ପ୍ରସ୍ତାବକୁ ବିଜେପି ଗ୍ରହଣ କରେ ତେବେ ଏହା ବିଶ୍ବର ପ୍ରଥମ ରାଜନୈତିକ ଦଳ ଭାବେ ବିଦେଶରେ ନିର୍ବାଚନ ଲଢ଼ିବ।

ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟି ଛାଡ଼ି ବିଜେପି ପକ୍ଷରୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି।

Leave a Reply

Your email address will not be published. Required fields are marked *