•  
  • 1
  •  
  •  
  •  
  •  
  •  
  •  
  •  
    1
    Share

ଭୁବନେଶ୍ବର: ମହାବାତ୍ୟା ଫନି ଦ୍ବାରା ପ୍ରଭାବିତ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ସନ୍ଧାନରେ ଲାଗିଥିବା ଡ୍ରୋନ୍‌ କ୍ୟାମେରାକୁ ଅନ୍ୟ କାର୍ଯ୍ୟରେ ଲଗାିବାକୁ ଯଯୋଜନା କରିଛନ୍ତି ରାଜ୍ୟ ସରକାର।

ନିର୍ବାଚନ ଓ ତହିଁ ପୂର୍ବରୁ ବେଶ୍‌ ତତ୍ପର ଥିବା ବିଜୁ ଯୁବ ବାହିନୀର ଲକ୍ଷ ଲକ୍ଷ ଯୁବ କର୍ମୀ ଫୋନି ପରେ ହଠାତ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ନିଖୋଜ ହେବା ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ଖୁବ ଶୀଘ୍ର ପରଦା ହଟିବ ବୋଲି ସରକାର କହିଛନ୍ତି।

ବାହିନୀର ଯୁବକମାନେ ଏତେ ଶକ୍ତ ଯେ ଫନି ଭଳି ଶହେ ବାତ୍ୟା ବି ସେମାନଙ୍କର କିଛି କରିପାରିବ ନାହିଁ ବୋଲି ବିଜୁ ଯୁବ ବାହିନୀର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ମତ ଦେଇଛନ୍ତି। କୌଣସି ଗୋଟିଏ ବି ବିଜୁ ଯୁବ ବାହିନୀ କର୍ମୀଙ୍କୁ ନିଖୋଜ ହେବାକୁ ଦିଆଯିବ ନାହିଁ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ସ୍ବତନ୍ତ୍ର ଡ୍ରୋନ୍‌ ସାହାଯ୍ୟରେ ସେମାନଙ୍କୁ ଖୋଜି ବାହର କରିବା ପାଇଁ ସରକାର ଯୋଜନା କରୁଥିବା ସେ ସୂଚନା ଦେଇଛନ୍ତି।

ରାଜ୍ୟରେ ୬,୮୨୯ ଗ୍ରାମ ପଞ୍ଚାୟତରେ ୭,୪୮୯ ବିଜୁ ଯୁବ ବାହିନୀ ରହିଛି ଓ ଏଥିରେ ମୋଟ ୨,୬୪,୨୧୬ ଜଣ ଯୁବକ ସଦସ୍ୟ ଅଛନ୍ତି। ଗତ ଫେବ୍ରୁଆରି ମାସରେ ସରକାରଙ୍କ ତରଫରୁ ଯୁବ ବାହିନୀ ସଦସ୍ୟମାନଙ୍କୁ ୭୫୦ କୋଟି ଟଙ୍କା ବ୍ୟୟରେ ମୋବାଇଲ ଫୋନ ପ୍ରଦାନ କରାଯାଇଥିଲେ ହେଁ ଫୋନି ପ୍ରଭାବରେ ସେସବୁର ନେଟଓ୍ବର୍କ କାର୍ଯ୍ୟ କରୁନଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ସେ ସମୟରେ ମୋବାଇଲ ବଣ୍ଟାକୁ ଭାରତୀୟ ଜନତା ପାର୍ଟି ବିରୋଧ କରିଥିଲେ ହେଁ, ଅସୁବିଧାରେ ଥିବା ଲୋକଙ୍କୁ ସହଯୋଗ କରିବା ପାଇଁ ଯୁବକମାନଙ୍କୁ ମୋବାଇଲ ବଣ୍ଯା ଯାଇଥିବା କହିଥିଲେ ବିଜେଡି ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର।

Leave a Reply

Your email address will not be published. Required fields are marked *