•  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ: ଚଳିତ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଗାଁର ନବମ ଶ୍ରେଣୀ ଝିଅକୁ ଦୁଷ୍କର୍ମ ଘଟଣାରେ ପୁଲିସ ଏଯାଏଁ କୌଣସି ଠୋସ୍‌ ପ୍ରମାଣ ପାଇ ନଥିବା ବେଳେ, ଏହା ପଛରେ ଅତୃପ୍ତ ଆତ୍ମାର ହାତ ଥାଇପାରେ ବୋଲି ଗାଁରେ ସନ୍ଦେହ ପ୍ରକଟ ପାଇଛି। ଏଥିପାଇଁ ଗୁଣିଆକୁ ଡକାଇ କୁନ୍ଦୁଲିରେ ଆଜି ଠାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।

ପାସପୋର୍ଟ ଫଟୋ ଉଠାଇବା ପାଇଁ ଝିଅଟି ଗାଁ ବାହାରକୁ ଯାଇଥିବା ବେଳେ ଗତ ୧୦ ତାରିଖରେ କେତେଜଣ ଅଜଣା ବ୍ୟକ୍ତିଙ୍କର ଦୁଷ୍କର୍ମର ଶିକାର ହୋଇଥିଲା। ଧର୍ଷଣକାରୀମାନେ ସମସ୍ତେ ସେନା ପୋଷାକଧାରୀ ଥିଲେ ଓ ବନ୍ଧୁକ ଧରିଥିଲେ ବୋଲି ପୀଡ଼ିତା ନିଜ ବୟାନରେ କହିଥିଲା।

ତେବେ ଦୁଷ୍କର୍ମକାରୀ ନକ୍ସଲ, ବିଏସଏଫ୍‌ ନା କୋବ୍ରା ବାହିନୀ ତାହା ସ୍ପଷ୍ଟ ହୋଇନାହିଁ। ସରକାରଙ୍କୁ ବଦନାମ କରିବା ପାଇଁ ଏହା ନକ୍ସଲଙ୍କ କାମ ହୋଇଥାଇ ପାରେ ବୋଲି ମଧ୍ୟ ସନ୍ଦେହ ପ୍ରକଟ ହୋଇଛି।

ଅନ୍ୟପଟେ ଏ ମାମଲାରେ ପୁଲିସ ପୀଡ଼ିତାଙ୍କ ଜଣେ ସମ୍ପର୍କୀୟ ସମେତ ୭ ଜଣଙ୍କୁ ଅଟକ ରଖିଥିବା ବେଳେ ଗତକାଲି ୪ ଜଣଙ୍କୁ ଛାଡ଼ିଦେଇଛି। ଘଟଣାର ୧୨ ଦିନ ପରେ ବି କୌଣସି ପ୍ରମାଣ ମିଳୁ ନଥିବାରୁ ଭୂତ ଦୁଷ୍କର୍ମ କରିଥାଇ ପାରେ ବୋଲି ଗାଁରେ ଆଶଂକା ପ୍ରକାଶ ପାଇଛି।

ପୁଲିସ ଉପରୁ ଭରସା ତୁଟାଇ ଦେଇଥିବା ଗ୍ରାମବାସୀ ଗୁଣିଆକୁ ଡାକି ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ତେବେ ପୀଡ଼ିତାଙ୍କୁ ବିଏସ୍‌ଏଫ୍‌ ଓ କୋକ୍ରା କ୍ୟାମ୍ପ ନେଇ ଅପରାଧୀ ଚିହ୍ନଟ କରାଇବାକୁ ପ୍ରସ୍ତାବ ରଖିଛି ପୁଲିସ।

Leave a Reply

Your email address will not be published. Required fields are marked *