•  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଭାରତର ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ (୨୦୦୮)ର ସଫଳତା ପରେ ଆସନ୍ତା ଜୁଲାଇ ମାସରେ ଚନ୍ଦ୍ରଯାନ-୨ ଉତକ୍ଷେପଣ କରୁଛି ଭାରତ। ତେବେ ଭାରତର ଏହି ଚନ୍ଦ୍ର ଅଭିଯାନ ସଫଳ ହେଲେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଖୁବ୍‌ ଶୀଘ୍ର ମିଶନ୍‌ ମୁନ୍‌ ବା ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବିଶ୍ବରେ ପ୍ରଥମ ଦେଶ ଭାବେ ଭାରତ ସୂର୍ଯ୍ୟଯାନ-୧ ଉତକ୍ଷେପଣର ଲକ୍ଷ୍ୟ ରଖିଥିବା ବେଳେ ସୂର୍ଯ୍ୟର ଉତ୍ତାପ ଏହି ଯାତ୍ରାରେ ବଡ଼ ପ୍ରତିବନ୍ଧକ ସାଜିବ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି। ତେବେ ଏଭଳି ଆଶଂକାର ସରଳ ସମାଧାନର ସୂତ୍ର ବାହାର କରି ବିଶ୍ବବାସୀଙ୍କୁ ଚକିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଶୀତଦିନେ ଏହି ସୂର୍ଯ୍ୟଯାନକୁ ଉତକ୍ଷେପଣ କରାଯିବ ଓ ଏହା କେବଳ ରାତିର ଶୀତଳତାରେ ଯାତ୍ରା କରିବ ବୋଲି ମୋଦି ବୈଜ୍ଞାନିକଙ୍କୁ ପରାମର୍ଶ ଦେଇଛନ୍ତି।

୨୦୧୮ରେ ବିଶ୍ବରେ ପ୍ରଥମ ଥର ପାଇଁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ମିଶନ୍‌ ମୁନ୍‌ ଆରମ୍ଭ କରିଥିଲା। ପାର୍କର ସୋଲାର ପ୍ରୋବ୍‌ ନାମକ ଏକ ମହାକାଶ ଯାନ ନାସା ସୂର୍ଯ୍ୟନିକଟକୁ ପଠାଇଛି। ସେହିବର୍ଷ ଅକ୍ଟୋବର ମାସରେ ଏହା ସୂର୍ଯ୍ୟ ନିକଟତର ହୋଇଛି। ୨୦୨୫ ଭିତରେ ଏହା ସୂର୍ଯ୍ୟଙ୍କର ଅଧିକ ନିକଟତର ହେବାକୁ ଚେଷ୍ଟା କରିବ। ସଳର୍ଯ୍ୟଙ୍କ କେନ୍ଦ୍ର ଠାରୁ ପ୍ରାୟ ୭୦ ଲକ୍ଷ କିଲୋମିଟର ବ୍ୟାସାର୍ଦ୍ଧ ପର୍ଯ୍ୟନ୍ତ ଏହା ଯାିପାରିବ ବୋଲି ଆକଳନ କରାଯାଉଛି।

ତେବେ ଭାରତର ମିଶନ୍‌ ସନ୍‌ ନାସା ଠାରୁ କେଇ ପାଦ ଆଗକୁ ଯାଇଛି। ରାତି ସମୟରେ ସୂର୍ଯ୍ୟଙ୍କ ପୃଷ୍ଠରେ ଅବତରଣ କରିବାର ଯୋଜନାରେ ଏହି ଯାନ ପଠାଯାଉଛି ବୋଲି ମୋଦି କହିଛନ୍ତି।

Leave a Reply

Your email address will not be published. Required fields are marked *