•  
  •  
  •  
  •  
  •  
  •  
  •  
  •  
  •  

ଦାମ ରାଉତ ଓ ବିଜୟ ମହାପାତ୍ରଙ୍କୁ ବିରୋଧୀଦଳ ନେତା ଆସନ

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ଶାସନରେ ନବକଳେବର ହେବ ବୋଲି ପୂର୍ବାନୁମାନ କରିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଟାଣୁଆ ବିଜେପି ନେତା ଜୁଏଲ୍‌ ଓରାମ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ପୁଣି ଉଜ୍ଜ୍ବଳ ସମ୍ଭାବନା ଦେଖାଦେଇଛି।

ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଲୋକେ କାହାକୁ ଦେଖିବାକୁ ଚାହାନ୍ତି ବୋଲି ଓଏଫ୍‌ଏନ୍‌ ପକ୍ଷରୁ ରାଜ୍ୟ ବ୍ୟାପୀ ହୋଇଥିବା ଏକ ସର୍ଭେରେ ଜୁଏଲ୍‌ଙ୍କୁ ସର୍ବାଧିକ ସମର୍ଥନ ମିଳିଛି। ୩୦ଟି ଜିଲ୍ଲାର ୩୧୪ ବ୍ଲକ୍‌ରେ ପଞ୍ଚାୟତ ଓ୍ବାରି ହୋଇଥିବା ଏହି ସର୍ଭେରେ ମୋଟ ୩୦ ଲକ୍ଷ ଲୋକଙ୍କ ମତାମତ ନିଆ ଯାଇଥିଲା।

ସର୍ଭେ କାର୍ଯ୍ୟରେ ଓଏଫ୍‌ଏନ୍‌ ପକ୍ଷରୁ ୩୦୦ ଜଣ ସାମ୍ବାଦିକତା ଅଧ୍ୟୟନ କରୁଥିବା ତରୁଣୀଙ୍କୁ ନିୟୋଜିତ କରାଯାଇଥିଲା। ଏକ ମାସ ବ୍ୟାପୀ ହୋଇଥିବା ଏହି ସର୍ଭେରେ ବିଭିନ୍ନ ରାଜେନୈତିକ ଦଳର ମୋଟ ୫ ଜଣ ପ୍ରତିନିଧି-ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଆଶୟୀଙ୍କୁ ସ୍ଥାନୀତ କରାଯାଇଥିଲା।

ସର୍ଭେରେ ସର୍ବାଧିକ ୫୫ ପ୍ରତିଶତ ସମର୍ଥନ ପାଇ ଅଗ୍ରଣୀ ଅଛନ୍ତି ଜୁଏଲ୍‌ ଓରାମ୍। ତାଙ୍କ ପଛକୁ ୨୩ ପ୍ରତିଶତ ସମର୍ଥନ ପାଇଛନ୍ତି ଉତ୍କଳ ଭାରତ ମୁଖ୍ୟ ଐର ଖାରବେଳ ସ୍ବାଇଁ। ତୃତୀୟ ସ୍ଥାନରେ ୧୨ ପ୍ରତିଶତ ସମର୍ଥନ ପାଇ ଅଛନ୍ତି ସମୃଦ୍ଧ ଓଡ଼ିଶା ମୁଖ୍ୟ ଜତୀଶ ମହାନ୍ତି। ଚତୁର୍ଥ ସ୍ଥାନରେ ସମାନ ସଂଖ୍ୟକ (୫%) ସମର୍ଥନ ପାଇ ଅଛନ୍ତି ଓଡ଼ିଶା ଆପ୍‌ ଆବାହକ ନିଶିକାନ୍ତ ମିଶ୍ର ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ।

ମୁଖ୍ୟମନ୍ତ୍ରୀ ସାଙ୍ଗକୁ କିଏ ପରବର୍ତ୍ତୀ ବିରୋଧୀ ଦଳ ନେତା ହେବେ ସେ ନେଇ ମଧ୍ୟ ଆମର ପ୍ରତିନିଧିମାନେ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲେ। ଏଥିରେ ବିଜେଡି ନେତା ତଥା ମନ୍ତ୍ରୀ ଦାମୋଦର ରାଉତଙ୍କୁ ସର୍ବାଧିକ ୪୦ ପ୍ରତିଶତ ସମର୍ଥନ ମିଳିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ବିଜେପି ନେତା ବିଜୟ ମହାପାତ୍ରଙ୍କୁ ୩୭ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି।

ଜୁଏଲ୍‌ ଓରାମ୍‌ ମୁଖ୍ୟମନ୍ତ୍ରୀ ହେଲେ, ସମାନ ଦଳର ଆଉ ଜଣେ ନେତା କିଭଳି ବିରୋଧୀ ଆସନରେ ବସିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ନିର୍ବାଚନ ପୂର୍ବରୁ ବିଜୟ ମହାପାତ୍ର ଦଳ ବଦଳ କରିପାରନ୍ତି ବୋଲି କେତେକ ରାଜନୈତିକ ବିଶାରଦ ମତ ରଖିଛନ୍ତି।

 

Leave a Reply

Your email address will not be published. Required fields are marked *