•  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ଯାତ୍ରା ଜଗତର ମହାରଥୀ ଭାବେ ପରିଚିତ କଳିଙ୍ଗ ଗଣନାଟ୍ୟ ଏକ ସମୟୋପଯୋଗୀ କାହାଣୀକୁ ନେଇ ନୂଆ ନାଟକ ‘ମାନବ ବୋମା’ ପ୍ରଦର୍ଶନ କରିବାକୁ ଯାଉଛି। ଦମଦାର ଅଭିନେତା-ଅଭିନେତ୍ରୀ ସାଙ୍ଗକୁ ଆଧୁନିକ ଟେକନଲୋଜି ଓ ସୁପରହିଟ ଗୀତରେ ଭରପୁର ଏ ନାଟକ ଓଡ଼ିଶାରେ ଚହଳ ସୃଷ୍ଟି କରିବ ବୋଲି ଯାତ୍ରାପାର୍ଟି ମାଲିକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଖୋଦ୍‌ ମହାରଥୀ ଏ ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଯାତ୍ରା କ୍ଲାଇମାକ୍ସରେ ମୁଖ୍ୟନାୟକ ଛାତିରେ ବୋମା ଧାରଣ କରି ପଡ଼ୋଶୀ ରାଜ୍ୟରେ ଥିବା କଲମା ବ୍ୟାରେଜ୍‌ ଉଡ଼ାଉଥିବାର ଦୃଶ୍ୟ ରହିଛି।

ଏହି ନାଟକରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏକ ଅତିଥି-କଳାକାର ଭୂମିକାରେ ଅବତୀର୍ଣ୍ଣ ହେଉଥିବା ଜଣାପଡ଼ିଛି।

ନାଟକର ରିହର୍ସଲ ଏବେ ପିପିଲି ଠାରେ ଯୋରସୋରରେ ଆଗେଇ ଚାଲିଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ନାଟକଟି ରାଜ୍ୟର କୋଣ ଅନୁକୋଣରେ ପ୍ରଦର୍ଶିତ ହେବାର ଯୋଜନା ରହିଛି।

ନାଟକଟିରେ ନିଚ୍ଛକ ରାଜ୍ୟପ୍ରେମ ଭରିରହିଛି। ତେଣୁ ଏଭଳି ନାଟକ କିଭଳି ସମସ୍ତ ରାଜ୍ୟବାସୀ କମ୍‌ ଖର୍ଚ୍ଚରେ ବା ଆବଶ୍ୟକ ପଡ଼ିଲେ ମାଗଣାରେ ଦେଖିପାରିବେ ସେଥିପ୍ରତି ସରକାର ଦୃଷ୍ଟି ଦେବା ଉଚିତ ବୋଲି ଯାତ୍ରା ମାଲିକ ସଂଘ ସଭାପତି ସୌମ୍ୟରଂଜନ ପଟ୍ଟନାୟକ ଦାବି କରିଛନ୍ତି। ସଂସ୍କୃତି ବିଭାଗ ଏ ନାଟକଟିକୁ ସବସିଡି ପ୍ରଦାନ କରି ରାଜ୍ୟ ସାରା ମାଗଣା ପ୍ରଦର୍ଶନର ବ୍ୟବସ୍ଥା କରୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ନାଟକରେ ତିନୋଟି ପ୍ରମୁଖ ରାଜନୈତିକ ଦଳ ଅବତୀର୍ଣ୍ଣ ହେଉଥିବାରୁ ଏହା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ରାଜନୀତି ବିଶାରଦମାନେ ମତପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *