•  
  •  
  •  
  •  
  •  
  •  
  •  
  •  
  •  

ମୁମ୍ବାଇ: ୨୦୧୪ରେ ମୁକ୍ତିଲାଭ କରିଥିବା ସଲମାନ୍‌ ଖାନ୍‌ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘କିକ୍’ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥିରେ ଜିଏସ୍‌ଟି ବିରୋଧୀ ସଂଳାପ ଅଛି ବୋଲି ମହାରାଷ୍ଟ୍ର ବିଜେପି ଅଭିଯୋଗ କରିବା ପରେ ବିବାଦ ମୁଣ୍ଡଟେକିଛି। ସିନେମାର ସଂଳାପ ବଦଳ ପାଇଁ ଯୋରଦାର ଦାବି ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି ଓ ଏ ନେଇ ନିର୍ମାତା ନିର୍ଦ୍ଦେଶକ ସାଜିଦ୍‌ ନାଦିଆଦଓ୍ବାଲାଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ବିଲ୍‌ ମେ ଆତା ହୁଁ, ସମଝ୍‌ ମେ ନହିଁ

କିକ୍‌ ଚଳଚ୍ଚିତ୍ରରେ ଏଭଳି ଏକ ସଂଳାପ ରହିଛି ଓ ଏହା ଜିଏସ୍‌ଟି ବିରୋଧୀ ବୋଲି କହିଛି ରାଜ୍ୟ ବିଜେପି। ଅନ୍ୟପଟେ ସାଜିଦ୍‌ କହିଛନ୍ତି ଯେ, ସିନେମାରେ ଏଭଳି କୌଣସି ସଂଳାପ ନାହିଁ। ଏହା ‘ବିଲ୍’ ନୁହେଁ ବରଂ ‘ଦିଲ୍‌’ ବୋଲି ସାଜିଦ୍‌ ସଫେଇ ଦେଇଛନ୍ତି।

ତେବେ ମହାରାଷ୍ଟ୍ର ଓ ଦକ୍ଷିଣ ଭାରତରେ ସଂଳାପଟି ‘ବିଲ୍‌’ ଭଳି ଶୁଭୁଥିବାରୁ ଏହାକୁ ତୁରନ୍ତ ହଟାଯାଉ ବୋଲି ଦାବି ହୋଇଛି।

କେବଳ ସଂଳାପ ହଟିବ ନାହିଁ। ସିନେମାଟି ୨୦୧୪ରେ କେଉଁ ସବୁ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା,କେତେଦିନ ଚାଲିଥିଲା, ପରେ କେଉଁ ଟିଭି ଚ୍ୟାନେଲରେ କେବେ ପ୍ରସାରିତ ହୋଇଛଇ ଏ ସବୁର ବିବରଣୀ ପ୍ରସ୍ତୁତି ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି।

କମିଟି ରିପୋର୍ଟ ମିଳିବା ପରେ ସଂଶୋଧିତ ସଂଳାପ ସହ ‘କିକ୍‌’ ଉକ୍ତ ହଲ୍‌ ଓ ଚ୍ୟାନେଲରେ ପୁନଃମୁକ୍ତିଲାଭ କରିବ ଓ ଲୋକଙ୍କୁ ରିହାତି ଦରରେ ଦେଖିବାକୁ ସୁଯୋଗ ମିଳିବ ବୋଲି ସରକାୀ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *