•  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ପଖାଳ ପ୍ରିୟ ଓଡ଼ିଅ‍ାଙ୍କ ଅତି ପ୍ରିୟ ବ୍ୟଞ୍ଜନ ଭାବେ ପରିଚିତ କୋଶଳା ଶାଗର ନାମ ପରିବର୍ତ୍ତନ ପାଇଁ ରାଜ୍ୟବ୍ୟାପୀ ଦାବି ଯୋର ଧରିଛି। ଗତ ଦୁଇତିନି ଦିନ ଧରି ଏ ନେଇ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀମାନେ ରାସ୍ତାକୁ ଓହ୍ଲାଇଛନ୍ତି।

ଓଡ଼ିଶାର ଏହା ପ୍ରାଚୀନ ଶାଗ ହାେଇଥିବାରୁ ରାଜ୍ୟର ପ୍ରାଚୀନ ନାମ ଉତ୍କଳ ଅ‍ାଧାରରେ ଏ ଶାଗର ନାମ ମଧ୍ୟ ଉତ୍କଳା କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ଉଠିଛି।

ଅ‍ାଜି ପୂର୍ବାହ୍ନରେ କଟକ ଛତ୍ରବଜାର ଶାଗ ହାଟରେ ଏ ନେଇ ଉତ୍କଳ ସଂଗଠନୀ ପକ୍ଷରୁ ଶୋଭାଯାତ୍ରା କରାଯାଇ ବିକ୍ରେତାମାନଙ୍କୁ ସତର୍କ କରିଦିଅ‍ାଯାଇଛି। ଭୁବନେଶ୍ବର ଏକ ନମ୍ବର ହାଟରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ଏପରିକି ଅ‍ାନ୍ଦୋଳନକାରୀଙ୍କ ଭୟରେ ଅନେକ ଶାଗବେପାରୀ ଗ୍ରାହକଙ୍କୁ ଅ‍ାକର୍ଷିତ କରିବାକୁ ଯାଇ ବଡ଼ପାଟିରେ ‘ଉତ୍କଳା ଶାଗ ନିଅ’ ବୋଲି ଡାକ ଛାଡ଼ୁଥିବାର ଦେଖିବାକୁ ମିଳିଛି।

ଉତ୍କଳ ସଂଗଠନୀ ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ବୁଝିପାରିବା ଭଳି ଓଡ଼ିଅ‍ାରେ ତାଙ୍କୁ ଉତ୍କଳା ଶାଗର ମାହାତ୍ମ୍ୟ ଓ ନାମ ପରିବର୍ତ୍ତନର ଯଥାର୍ଥତା ସମ୍ବନ୍ଧରେ ବୁଝାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନାମ ପରିବର୍ତ୍ତନ ନିମନ୍ତେ ଏକ ଦାବିପତ୍ର ଦେବା ସହ ଏହା ଅ‍ାଗାମୀ ନିର୍ବାଚନକୁ ପ୍ରଭାବିତ କରିପାରେ ବୋଲି ସଂଗଠନୀର କର୍ମକର୍ତ୍ତା ଚେତାଇ ଦେଇଛନ୍ତି।

ଏତଦ୍ ଭିନ୍ନ ଭୁବନେଶ୍ବର ଲୋୟର ପିଏମଜି ଛକରେ ଅ‍ାଜି ଯୁବ ଉତ୍କଳ ପରିଷଦ ପକ୍ଷରୁ କୋଶଳା ଶାଗର ଜରି-ପୁତ୍ତଳିକା ଦାହ କରାଯାଇ ପ୍ରତିବାଦ ସଭା ଅ‍ାୟୋଜନ ହାେଇଛି। ବିଶିଷ୍ଟ କୋଶଳା ଗବେଷକ ଚହଟଚିକ୍କଣ ସ୍ବାଇଁ କୋଶଳା ଶାଗର ନାମ ପରିବର୍ତ୍ତନର ଅ‍ାବଶ୍ୟକତା ନେଇ ‘ଶାଗର ସ୍ବାଭିମାନ’ ଶୀର୍ଷକ ଏକ ସ୍ତମ୍ଭ ଅ‍ାଜିର ଦୈନିକ ଫମାଜରେ ଲେଖିଛନ୍ତି।

ସୂଚନାଯୋଗ୍ୟ ଓଡ଼ିଅ‍ା ଘରେ କୋଶାଳା ଶାଗ ବେଶ୍ ପରିଚିତ ବ୍ୟଞ୍ଜନ। ଏହାକୁ ଗରମ ଗରମ ଖରଡ଼ି ପଖାଳ ସହ ସେବନ କଲେ ତୁରନ୍ତ ନିଦ୍ରା ଅ‍ାସିଥାଏ। ଅନିଦ୍ରା ଜନିତ ବ୍ୟାଧିରେ ପୀଡ଼ିତ ବ୍ୟକ୍ତିଙ୍କୁ ବହୁଳ ମାତ୍ରାରେ କୋଶାଳା ଶାଗ ସେବନ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *