•  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସବୁଠୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରସିଦ୍ଧ ବାରିକ ଜେଭାଦ ହବିବ ଦଳରେ ଯୋଗଦେବା ପରେ ପ୍ରଥମ ଦିନରୁ ନିଜର କମାଲ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମୁଣ୍ଡ ଚୂଳର ଶୈଳୀ ବଦଳେଇ ଦେଇଛନ୍ତି ଦେଶର ଜଣାଶୁଣା ହେୟାର ଡ୍ରେସର ଜାଭେଦ୍।

ବିଜୟ ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ପନ୍ଥା ଆପଣେଉଛନ୍ତି। କିଏ ନିଜର କଥା କହିବାର ଶୈଳୀ ପରିବର୍ତ୍ତନ କରୁଛନ୍ତି ତ କିଏ ସ୍ଲୋଗାନ୍। କିଏ କାର୍ଯ୍ୟାଳୟର ବାସ୍ତୁ ବଦଳାଉଛନ୍ତି ତ କିଏ ସାଂଗଠନିକ ପରିବର୍ତ୍ତନର ସାହାରା ନେଉଛନ୍ତି। ତେବେ ଜଣେ ଭବିଷ୍ୟବକ୍ତାଙ୍କ ପରାମର୍ଶ କ୍ରମେ ବିଜେପିରେ ହେୟାର ଷ୍ଟାଇଲ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଦଳ ମୁଖପାତ୍ର ସଂବିତ ପାତ୍ର ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର ପୂର୍ବରୁ ନିଜର ବେଶଭୂଷା ପରିବର୍ତ୍ତନ କରି ଚର୍ଚ୍ଚାରେ ଅଛନ୍ତି।

ପର୍ଯ୍ୟାୟକ୍ରମେ ଦଳର ଅନ୍ୟ ନେତୃବୃନ୍ଦଙ୍କ ଚୁଟି ଭଙ୍ଗୀ ବଦଳାଯିବ ସ୍ବୟଂ ଜାଭେଦ ଟ୍ବିଟ୍‌ କରିଛନ୍ତି।

Leave a Reply

Your email address will not be published. Required fields are marked *