•  
  • 3
  •  
  •  
  •  
  •  
  •  
  •  
  •  
    3
    Shares

ନୂଆଦିଲ୍ଲୀ: ଅସମ୍ଭବକୁ ସମ୍ଭବ କରିଛନ୍ତି ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଅସାଧାରଣ ଓ ବିରଳ ପ୍ରତିଭା ପାଇଁ ପୁଣି ଥରେ ବିଶ୍ବ ଦରବାରରେ ଭାରତ ପାଇଁ ସେ ଗୌରବ ଗୋଟାଇଛନ୍ତି। ରାଜନୀତିର ରୋବୋଟ୍‌ ଭାବେ ପରିଚିତ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦିଙ୍କର ଅଲୌକିକ ପ୍ରତିଭାରେ ମୁଗ୍ଧ ହୋଇ ତାଙ୍କୁ ରାଜନୀତିର ରଜନୀକାନ୍ତ ଭାବେ ଅଭିହିତ କରିଛନ୍ତି।

ବର୍ଷା ପାଗରେ ପାକିସ୍ତାନର ରାଡାରକୁ ଅକାମୀ କରି ସର୍ଜିକାଲ ଷ୍ଟ୍ରାଇକ କରାଇ ପାରିଥିବା ମୋଦି ଏ ନେଇ ଗଣମାଧ୍ୟମରେ ସୂଚଚନା ଦେବା ପରେ ଆମରିକା, ରୁଷ, ଫ୍ରାନ୍ସ, ଜାପାନ, ଚୀନ ଓ ଇସ୍ରାଏଲ ଭଳି ଦେଶର ବଡ଼ ବଡ଼ ବୈଜ୍ଞାନିକଙ୍କ ନିଦ ହଜିଯାଇଛି। ବର୍ଷାରେ ରାଡାର ଅକାମୀ କରିବାର କଳା ଆୟତ କରିବା ପାଇଁ ବିଶ୍ବର ଶକ୍ତିଶାଳୀ ଦେଶ ସମୁହ ଏବେ ମୋଦିଙ୍କର ଶରଣ ପଶିଛନ୍ତି।

ଅନୁରୂପ ଭାବେ ଇଣ୍ଟରନେଟ ଓ ଡିଜିଟାଲ କ୍ୟାମେରେ ବ୍ୟବହାର କ୍ଷେତ୍ରରେ ମୋଦିଙ୍କର ପାରଦର୍ଶିତା ବିଶ୍ବସମୁଦାୟକୁ ଚକିତ କରିଛି।

୧୯୮୬ ମସିହାରେ ଜାପାନର ନିକନ କମ୍ପାନି ପ୍ରଥମ ଡିଜିଟାଲ କ୍ୟାମେରା ପ୍ରସ୍ତୁତ କରି ବଜାରକୁ ଛାଡ଼ିଥିବା ବେଳେ ପରବର୍ଷ ଅର୍ଥାତ ୧୯୮୭ରେ ସମ୍ଭବତଃ ଦେଶର ପ୍ରଥମ ବ୍ୟକ୍ତି ଭାବେ ଏଭଳି ଏକ କ୍ୟାମେରାର ଅଧିକାରୀ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ନିକଟରେ ଏକ ସାକ୍ଷାତକାର ଅବସରରେ ତାଙ୍କର ଏ ଗୁପ୍ତ ପାରଦର୍ଶିତାକୁ ସାର୍ବଜନୀନ କରିଛନ୍ତି ମୋଦି।

ସାକ୍ଷାତକାରରେ ମୋଦି କହିଛନ୍ତି ଯେ ସେତେବେଳେ ଗୁଜୁରାଟର ଏକ ସଭାରେ ସେ ଉକ୍ତ ଡିଜିଟାଲ କ୍ୟାମେରାରେ ଲାଲକୃଷ୍ଣ ଆଡଭାନୀଙ୍କର ରଙ୍ଗୀନ ଫଟୋ ଉଠାଇଥିଲେ। କେବଳ ସେତିକି ନୁହେଁ, ତୁରନ୍ତ ଇ-ମେଲ ଜରିଆରେ ସେ ଫଟୋଟିକୁ ଦିଲ୍ଲୀ ପଠାଇଥିଲେ ଯାହା କି ପରଦିନ ସକାଳର ଖବରକାଗଜରେ ପ୍ରକାଶ ପାଇଥିଲା।

୧୪ ଅଗଷ୍ଟ ୧୯୯୫ରେ ବିଦେଶ ସଂଚାର ନିଗମ ଲିମିଟେଡ (ଭିଏସଏନଏଲ) ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ଇଣ୍ଟରନେଟ ସେବା ଉପଲବ୍ଧ କରାଯାଇଥିବା ବେଳେ ଏହାର ୮ ବର୍ଷ ପୂର୍ବରୁ ମୋଦି କିଭଳି ଇଣ୍ଟରନେଟ ବ୍ୟବହାର କରିପାରିଥିଲେ ବୋଲି ଆମେରିକାର ନାସା ସଂସ୍ଥା ଆଶ୍ଚର୍ଯ୍ୟ ପ୍ରକଟ କରିଛି। ମୋଦିଙ୍କ ପାଖରେ ନିଶ୍ଚୟ ଅଲଔକିକ ଶକ୍ତି ରହିଛି ଓ ସେ ଅସମ୍ଭବକୁ ସମ୍ଭବ କରିପାରନ୍ତି ବୋଲି ଆମରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏ କହିଛି।

ଅନ୍ୟପଟେ ମୋଦିଙ୍କର ଅସାଧାରଣ କ୍ଷମତା ବାବଦରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଅଭିନେତା ରଜନୀକାନ୍ତ।

ଟ୍ବିଟ୍‌ କରି ରଜନୀକାନ୍ତ କହିଛନ୍ତି ଯେ, ଆମେ ସିନେମା ପରଦାରେ ନିର୍ଦ୍ଦେଶକଙ୍କ କଳାକୌଶଳ ଓ ସ୍ପେଶାଲ ଇଫେକ୍ଟ ପ୍ରୟୋଗ ଦ୍ବାରା ଲୋକଙ୍କୁ ଅଲୌକିକ ଓ ଅବାସ୍ତବ ଘଟଣାମାନ ଦେଖାଇ ମନୋରଂଜନ କରୁଥଥିବା ବେଳେ ମୋଦି ଅସଲ ଜୀବନରେ ହିରୋଗିରି ଦେଖାଇଛନ୍ତି। ମୋଦି ହିଁ ସତସତିକା ଜୀବନର ସୁପର ହିରୋ ବୋଲି କହି ପ୍ରଶଂସା କରିଛନ୍ତି ରଜନୀକାନ୍ତ।

Leave a Reply

Your email address will not be published. Required fields are marked *