•  
  •  
  •  
  •  
  •  
  •  
  •  
  •  
  •  

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେର ଫଟୋ ନୂଆ ୧୦୦୦ ଟଙ୍କିଆ ନୋଟ୍‌ରେ ରହିବ। ୨୦୧୮ ଜାନୁଆରି ୩୦ ତାରିଖରେ ରିଜର୍ବ ବ୍ୟାଙ୍କ୍ ଏହି ନୂଆ ନୋଟ୍କୁ ବଜାରକୁ ଛାଡ଼ିବ। ସରକାର ଏ ବାବଦରେ କୌଣସି ଘୋଷଣା କରି ନଥିଲେ ହେଁ, ଏଭଳି ନିଷ୍ପତ୍ତି ନେଇଥିବା ସୋସିଆଲ୍ ମିଡିଆରେ ପ୍ରଚାର ଚାଲିଛି।

ଏହାକୁ କିଛି କଠୋରବାଦୀ ସଂଗଠନ ସ୍ବାଗତ କରିଛନ୍ତି। ଗଡ୍ସେ ସ୍ମୃତି ସଂସଦ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହା ହେବ ଗଡ୍ସେଙ୍କ ଅତୃପ୍ତ ଆତ୍ମା ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି। କେବଳ ଟଙ୍କାରେ ନୁହେଁ, ଗଡ୍ସେଙ୍କ ବଳିଦାନର କାହାଣୀ ପାଠ୍ୟକ୍ରମରେ ସାମିଲ୍ କରାଯିବା ସହ ତାଙ୍କ ବଳିଦାନ ଦିବସକୁ ରାଷ୍ଟ୍ରୀୟ ବିରୋଧ ଦିବସ ଭାବେ ପାଳନ କରି ଛୁଟି ଘୋଷଣା କରାଯାଉ ବୋଲି ସଂସଦ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଛି।

ଅନ୍ୟପଟେ ଏଭଳି ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି। ଜଣେ ହତ୍ୟାକାରୀକୁ ସରକାର ହିରୋ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଇଣ୍ଡିଆଟୁଡେ ଟିଭି ବିତର୍କରେ କହିଛନ୍ତି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ। ଅନ୍ୟତମ ବରିଷ୍ଠ ସାମ୍ବାଦିକ ରବିଶ୍ କୁମାର ସରକାରଙ୍କର ଏଭଳି କାର୍ଯ୍ୟକୁ ଦେଶଦ୍ରୋହ ଭାବେ ବିବେଚନା କରିଛନ୍ତି। କେରଳରେ ଏହି ନୂଆ ଟଙ୍କା ବିରୋଧରେ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି,ଯେଉଁଠି ଦେଶର ବିଭିନ୍ନ କୋଣରୁ ୩୫ ହଜାର ଛାତ୍ର ପ୍ରତିନିଧି ଭାଗନେଇ ନୂଆ ୧୦୦୦ ଟଙ୍କିଆ ନୋଟ୍କୁ ବିରୋଧ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଯଦି ଗଡ୍ସେ ରହିବ, ତେବେ ଅଫ୍ଜଲ ଗୁରୁର ଫଟୋ ମଧ୍ୟ ରଖାଯାଉ।

ଦିଲ୍ଲୀର ଜେଏନ୍ୟୁ କ୍ୟାମ୍ପସରେ ସମ୍ଭାବିତ ୧୦୦୦ ଟଙ୍କିଆ ନୋଟ୍‌ର କାଳ୍ପନିକ ଚିତ୍ର ଅଙ୍କନ କରି ଏହାକୁ ବହୁସଂଖ୍ୟାରେ ପୋଡ଼ି ପ୍ରତୀକ ପ୍ରତିବାଦ କରାଯାଇଛି।

ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍ କହିଛନ୍ତି, ଏ ନୂଆ ୧୦୦୦ ଟଙ୍କିଆ ନୋଟ୍ ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ।

ତେବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ଏହି ନୂଆ ନୋଟ୍ ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି ଆର୍‌ବିଆଇ କର୍ତୃପକ୍ଷ। ଆର୍‌ବିଆଇ ପକ୍ଷରୁ ଦିଆଯାଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛିଗାନ୍ଧିଜୀଙ୍କୁ ସମ୍ମାନ ଜଣାଇ ତାଙ୍କ ତିରୋଧାନ ଦିବସରେ ଏହି ନୂଆ ୧୦୦୦ ଟଙ୍କିଆ ନୋଟ୍ ବଜାରକୁ ଆସିବ। ତେବେ ଗଡ୍ସେ ବାବଦରେ ଯେଉଁ ପ୍ରଚାର ହେଉଛି ତାହା ମିଛ। ଗଡ୍ସେର ଚିତ୍ର ରହିବ ସତ। କିନ୍ତୁ ସେ ଗାନ୍ଧିଜୀଙ୍କୁ ହତ୍ୟା କରୁଥିବା ସମୟର ଏକ ଚିତ୍ର ଏଥିରେ ସ୍ଥାନ ପାଇବ।

Leave a Reply

Your email address will not be published. Required fields are marked *