ଭୁବନେଶ୍ବର: ନିକଟରେ କଂଗ୍ରେସ ଦଳରୁ ବିଦା ହାେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପତଳା ଝାଡ଼ା ଯୋଗୁଁ ନିସ୍ତେଜ ହାେଇଯିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ‘ମହାଖୁଲାସା’ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଅନ୍ୟପଟେ ଏହା ନବୀନ ପଟ୍ଟନାୟକଙ୍କ ଯୋଜନା କହି ୧୦୮ ଅ‍ାମ୍ବୁଲାନ୍ସକୁ ଦୁଅ‍ାରୁ ଫେରାଇ ଦେଇଛନ୍ତି ଶ୍ରୀ ଜେନା। ଜାନୁଅ‍ାରୀ ୨୫ ତାରିଖରେ ସେ ରାହୁଲଙ୍କ ବିରୋଧରେ ବିଷ ଓଗାଳିବେ ବୋଲି ଘୋଷଣା କରିଥିଲେ। ଘଟଣାରୁ ପ୍ରକାଶ, ଗତକାଲି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ବରରେ ବିଶାଳ…

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ତୈଳଦର ବୃଦ୍ଧି ପାଉଥିବା ବେଳେ, ଏହା ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଦେଶର ବିଭିନ୍ନ ସହରରେ ଏବେ ତୈଳଦର ୮୦ରୁ ୯୦ ଟଙ୍କା ଭିତରେ ରହିଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତୈଳ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବେପରୁଆ ମନଭାବ ବିରୋଧୀଙ୍କୁ ବି ବିସ୍ମିତ କରିଛି। ଅନ୍ୟପଟେ ତୈଳ ଦରବୃଦ୍ଧି ପଛରେ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି)ର ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ…

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଦ୍ବାରା ପ୍ରତିଷ୍ଠିତ ହେବାକୁ ଥିବା ଜିଓ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନଜନକ ପିଏଚ୍‌ଡି ଡିଗ୍ରୀ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପୁଅ ପାଠ ପଢ଼ିବେ। ଇତି ମଧ୍ୟରେ ରାହୁଳ ତାଙ୍କ ପୁଅ ସହ ଆସି ଜିଓ ଇନଷ୍ଟିଚ୍ୟୁଟରେ ନାମ ଲେଖାଇ ଯାଇଛନ୍ତି। ଆପଣ ଏଭଳି ଖବର ପଢ଼ି ଆଶ୍ଚର୍ଯ୍ୟ-ଚକିତ ହେଉଥିବେ ନିଶ୍ଚୟ। ତେବେ ଏ କଥା ଶତ ପ୍ରତିଶତ ସତ।…

ଭୁବନେଶ୍ବର: ପଖାଳ ପ୍ରିୟ ଓଡ଼ିଅ‍ାଙ୍କ ଅତି ପ୍ରିୟ ବ୍ୟଞ୍ଜନ ଭାବେ ପରିଚିତ କୋଶଳା ଶାଗର ନାମ ପରିବର୍ତ୍ତନ ପାଇଁ ରାଜ୍ୟବ୍ୟାପୀ ଦାବି ଯୋର ଧରିଛି। ଗତ ଦୁଇତିନି ଦିନ ଧରି ଏ ନେଇ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଓଡ଼ିଶାର ଏହା ପ୍ରାଚୀନ ଶାଗ ହାେଇଥିବାରୁ ରାଜ୍ୟର ପ୍ରାଚୀନ ନାମ ଉତ୍କଳ ଅ‍ାଧାରରେ ଏ ଶାଗର ନାମ ମଧ୍ୟ ଉତ୍କଳା କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ଉଠିଛି। ଅ‍ାଜି ପୂର୍ବାହ୍ନରେ କଟକ ଛତ୍ରବଜାର ଶାଗ…

 ପରିବେଶ ଓ ଇନ୍ଧନ ସଂରକ୍ଷଣର ବାର୍ତ୍ତା ଦେବେ ମୋଦି ସାଇକେଲକୁ ଜାତୀୟ ଯାନ ଘୋଷଣା କରିପାରନ୍ତି କଟକ ଓ ଭୁବନେଶ୍ବରରେ ଅଣ୍ଡା-ଟମାଟୋ ବିକ୍ରି ବନ୍ଦ ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସୁଥିବା ବେଳେ ତାଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୋଦି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକ ସଭାସ୍ଥଳ ପର୍ଯ୍ୟନ୍ତ ୨ କିଲୋମିଟର ବାଟ ସାଇକେଲ ଯୋଗେ ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।ତୈଳ…

ଭୁବନେଶ୍ବର: ଯାତ୍ରା ଜଗତର ମହାରଥୀ ଭାବେ ପରିଚିତ କଳିଙ୍ଗ ଗଣନାଟ୍ୟ ଏକ ସମୟୋପଯୋଗୀ କାହାଣୀକୁ ନେଇ ନୂଆ ନାଟକ ‘ମାନବ ବୋମା’ ପ୍ରଦର୍ଶନ କରିବାକୁ ଯାଉଛି। ଦମଦାର ଅଭିନେତା-ଅଭିନେତ୍ରୀ ସାଙ୍ଗକୁ ଆଧୁନିକ ଟେକନଲୋଜି ଓ ସୁପରହିଟ ଗୀତରେ ଭରପୁର ଏ ନାଟକ ଓଡ଼ିଶାରେ ଚହଳ ସୃଷ୍ଟି କରିବ ବୋଲି ଯାତ୍ରାପାର୍ଟି ମାଲିକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖୋଦ୍‌ ମହାରଥୀ ଏ ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବିଶେଷ ସୂତ୍ରରୁ…

May 11, 2018 0

ଓଡ଼ିଅ‍ା ଫେକ୍ ନ୍ୟୁଜ୍ (ଏକ ଓଡ଼ିଅ‍ା ମିଡିଅ‍ା ଉପକ୍ରମ) ୭୮୪, ଶହୀଦ ନଗର, ଭୁବନେଶ୍ବର-୭୫୧୦୦୭ ଫୋନ୍: ୯୩୩୮୬୫୫୮୪୫ Odia Fake News (an initiative by Odia Media Private Limited) 784, Saheed Nagar, Bhubaneswar-751007 Ph.: 9338655845

ଡଃ. କୁଳାଙ୍ଗାର ମଣିଷ ଠି ଜନ୍ତୁପଣ ଯେତେ ଯେତେ ବୃଦ୍ଧିପାଇ ଚାଲିଛି; ଜନପଦରେ ଜନ୍ତୁଙ୍କର ସଂଖ୍ୟାରେ ସେତେ ସେତେ ଅବନତି ହେଉଛି ! ନିଜକୁ ଜନ୍ତୁମାନଙ୍କର ଅଧିପତି ବୋଲି ପ୍ରମାଣିତ କରିବା ପାଇଁ; ଜନ୍ତୁମାନଙ୍କୁ ଖତମ କରିବା ସହ ତାଙ୍କର ଘରଦ୍ୱାର ବି ରଖିନାଇଁ !! ସେଥିପାଇଁ ଯଦି ବର୍ତ୍ତିଯାଇଥିବା ଗଧିଆ କି ବିଲୁଆଟେ ପଶି ଆସୁଛି; ସନ୍ଦେହୀ ମଣିଷର ଆଖିକୁ ସିଏ ଭୟଙ୍କର ଓ ଅଜବ ଅଜବ ଦିଶୁଛି! ଏବେ ଅନ୍ୟର ରକ୍ତ ପିଇବା ଯେହେତୁ…

ଲସ୍‌ ଆଞ୍ଜେଲସ/ଭୁବନେଶ୍ବର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଆଉ ଗୌରବର ଖବର। ଆମ ସିନେମା ଶିଳ୍ପର ଆଗଧାଡ଼ିର ଅଭିନେତା ମିହିର ଦାସ ହଲିଉଡ ସିନେମାରେ ଅଭିନୟ କରୁଛନ୍ତି। ସିନେମାର ନାଁ ରହିଛି ‘ଏକ୍ସକ୍ୟୁଜ୍‌ ମି’। ହଲିଉଡ ସିନେମାରେ ସୁଯୋଗ ପାଇବାରେ ମିହିର ହେଉଛନ୍ତି ପ୍ରଥମ ଓଡ଼ିଆ। ଏ ଖବର ଜଣାପଡ଼ିବା ପରେ କେବଳ ଓଡ଼ିଆ କାହିଁକି, ଭାରତୀୟ ସିନେମା ଜଗତରେ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ…

ଯୋଧପୁର: ୨୦ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ବର୍ତ୍ତମାନ ଯୋଧପୁର ଜେଲରେ ଥିବା ବଲିଉଡ୍‌ ତାରକା ସଲମାନ୍‌ ଖାନ୍‌ ପାରୋଲ୍‌ରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏ ନେଇ ସେ ଆବେଦନ କରିଥିବା ଜେଲ୍‌ କର୍ତୃପକ୍ଷ ଜଣାଇଛନ୍ତି। ବିଗତ ବର୍ଷମାନଙ୍କରେ ଗଞ୍ଜାମର ବେତନଟି-ବାଲିପଦର ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃୃଦ୍ଧି ପାଇଥିବା ନେଇ ନିକଟରେ ଗଣମାଧ୍ୟମେର ରିପୋର୍ଟ ପ୍ରକାଶ ପାଇଛି। ନିକଟରେ ହୋଇଥିବା ଗଣନା ଅନୁସାରେ ବର୍ତ୍ତମାନ ଗଞ୍ଜାମର ଏହି…