ଭୁବନେଶ୍ବର: ବୈକୁଣ୍ଠରେ ବିଷ୍ଣୁଙ୍କର ମାନସ ସନ୍ତାନ ଚାରି କୁମାରଙ୍କୁ ବିରୋଧ କରିବା ଜୟ-ବିଜୟଙ୍କ ପାଇଁ କାଳ ହେଲା। କୁମାରମାନେ ଦେଲେ ଅଭିଶାପ- ଦେବତା କ୍ଷମତା ଓହରିଯିବ, ତୁମେ ଦୁହେଁ ସାଧାରଣ ମଣିଷ ହୋଇ ମର୍ତ୍ତ୍ୟ ଗମନ କରିବ। ଅଭିଶାପ ପାଇବା ପରେ ଜୟ-ବିଜୟଙ୍କର ଭାଳେଣି ପଡ଼ିଲା; କେମିତି ପାଇବେ ମୋକ୍ଷ? ବିଷ୍ଣୁ କହିଲେ- ମୋର ମାନସପୁତ୍ରଙ୍କ ଅଭିଶାପ ଫେରସ୍ତ ଅସମ୍ଭବ। ତେବେ ସେ ଦେଲେ ଦୁଇଟି ବିକଳ୍ପ- ୭ଟି ଜନ୍ମ ଯାଏଁ ମର୍ତ୍ତ୍ୟରେ ମୋର ଭକ୍ତ ହୁଅ,…

ଭୁବନେଶ୍ବର: ବିଜେପୁରରେ ବିଜେପିର ବିଜୟ ସୁନିଶ୍ଚିତ ଥିଲା। ଏ ନେଇ ନିର୍ବାଚନ ସଂଧ୍ୟାରେ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଶ୍ବର ପ୍ରମୁଖ ସର୍ଭେ ସଂସ୍ଥା ଦ୍ବାରା ବାହୁଡ଼ା ମତ ରିପୋର୍ଟ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଆମେରିକାର ପ୍ରସିଦ୍ଧ ସର୍ଭେ ସଂସ୍ଥା ଡିକେ ସର୍ଭେ ଆଧାରରେ ବିଜେପି ୪୮ ପ୍ରତିଶତ ଭୋଟ ପାଇ ବିଜୟ ଲାଭ କରିବ ବୋଲି ଲେଖିଥିଲେ ଲେଖାଶ୍ରୀ। ତାଙ୍କ ଅନୁସାରେ ବିଜେଡି ମାତ୍ର ୩୧ ପ୍ରତିଶତ ଭୋଟ ପାଇବା କଥା। ତେବେ ଜଣେ ଦକ୍ଷିଣୀ…

ଭୁବନେଶ୍ବର: ବିଜେପୁରରେ ବିଜେପି ନିଶ୍ଚୟ ଜିତିବ ବୋଲି ଗତକାଲି ଯାଏଁ ଦଳର ତୁଙ୍ଗନେତା ମାନେ ଦାବି କରି ଆସୁଥିଲେ। ଏପରିକି ଗତକାଲି ଏକ ଟିଭି କାର୍ଯ୍ୟକ୍ରମରେ ବାବୁ ଭୃଗୁ ବକ୍ସିପାତ୍ରେ ଏ ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ତେବେ ଦଳ ଆଜି ଚିତପଟାଙ୍ଗ ମାରିଛି। ଅନ୍ୟପଟେ ବିଜେପୁରରେ ବିଜେପିକୁ ୪୨ ହଜାର ଭୋଟ ପଛରେ ପକାଇ ବିଜେଡି ବାଜିମାତ୍‌ କରିଛି। ତେବେ ଏ ନେଇ ବିଜେପି ନେତା ଓ କର୍ମୀ ଖୁସି ଥିବା ଆମକୁ ଅଧିକ ଆଚମ୍ବିତ…

ଭୁବନେଶ୍ବର: ବିଜେପୁରରେ ବିଜେପିର ସ୍ଥିତି ବହୁତ ଭଲ ଥିଲା। ପଞ୍ଚାୟତ ନିର୍ବାଚନ ଠାରୁ ଅଧିକ ପରିମାଣର ଭୋଟ ଆମ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ମିଳିଥା’ନ୍ତା। ତେବେ ସିନେମା ହିରୋ ହିଁ ନିର୍ବାଚନ ପ୍ରଚାରରେ ବାଧକ ସାଜିଲେ ଆଉ ସେଇ ହେତୁ ଦଳ ଶୋଚନୀୟ ପରାଜୟ ବରଣ କଲା ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ମୁକୁ ବାବୁ। ବିଜେପୁର ନିର୍ବାଚନରେ ନିଶ୍ଚୟ ଜିତିବୁ ବୋଲି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମହୋଦୟ ବାହାସ୍ଫୋଟ ମାରୁଥିବା ବେଳେ ଆଜିର ଫଳାଫଳ ଦେଖି ତାଙ୍କମନ…

ଭୁବନେଶ୍ବର: ୮୦୦ ବର୍ଷରୁ ଅଧିକ ପୁରୁଣା ଓଡ଼ିଶା ରସଗୋଲାକୁ ପଛରେ ପକାଇ ପଶ୍ଚିମବଙ୍ଗ ରସଗୋଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଭୌଗୋଳିକ ଉତ୍ପତ୍ତି ସ୍ଥଳର ମାନ୍ୟତା ହାସଲ କରି ସାରିଛି। ଓଡ଼ିଶା ସରକାର ଏଥିରେ ବ୍ୟତିବ୍ୟସ୍ତ ହୋଇ ଆମର ଅନ୍ୟତମ ପ୍ରିୟ ଖାଦ୍ୟ ଗୋଲକ ଗୁଲୁଗୁଲା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି। ଗତକାଲି ଏ ନେଇ ସ୍ବତନ୍ତ୍ର ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ଗୁଲୁଗୁଲା ଏକ ସ୍ବାଦିଷ୍ଟ ଖାଦ୍ୟ ଓ ଏହା କେବଳ ଓଡ଼ିଶାରେ ହିଁ ଛଣାଯାଏ।…

କଂଗ୍ରେସ୍‌ ପକ୍ଷରୁ ଦେଶବ୍ୟାପୀ ନିରବ ଶୋଭାଯାତ୍ରା, ଶୋକସଭା କଳାଧନ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ଯନ୍ତରମନ୍ତରରେ ଆପ୍‌ ପକ୍ଷରୁ ଧାରଣ ନୂଆଦିଲ୍ଲୀ: ଦଶନ୍ଧି ଦଶନ୍ଧି ଧରି ଦେଶରେ ଆତଙ୍କ ଖେଳାଇ ଚଲିଥିବା କଳାଧନ ମୃତ୍ୟୁକୁ ଆଜି ଏକ ବର୍ଷ ପୂରିଥିବା ବେଳେ ବିଭିନ୍ନ ରାଜେନୈତିକ ଦଳ ପକ୍ଷରୁ ଏହାକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ମୃତ୍ୟୁବାର୍ଷିକୀକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି। ବିଜେପି ସଭାପତି ଅମିତ ଶାହ ଦେଶବାସୀଙ୍କୁ…

ନୂଆଦିଲ୍ଲୀ: ଚଳିତ ମାସ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ବିମୁଦ୍ରାୟନର ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ, ରିଜର୍ବ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ଦିନ ପାଇଁ ପୁରୁଣା ନୋଟ୍‌ ବଦଳ ପ୍ରକ୍ରିୟା ପୁନଃ ଚାଲୁ କରିବା ପାଇଁ ଆର୍‌ବିଆଇ ଘୋଷଣା କରିଛି। ତେବେ ଅଧିକ କଳାଧନ ଗଚ୍ଛିତ ରଖିଥିବା ରାଜନୈତିକ ବ୍ୟକ୍ତି ଓ ବ୍ୟବସାୟୀମାନେ କେବଳ ଏହି ସୁବିଧାର ଲାଭ ଉଠାଇ ପାରିବେ। ଏହି ଦିନଟିକୁ ଭାରତୀୟ…

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପବିତ୍ରତମ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି(ବିଜେପି)। ଏପରିକି ଏହା ଗଙ୍ଗାନଦୀ ଠାରୁ ଅଧିକ ପବିତ୍ର ବୋଲି ବିଜେପିରେ ଆଜି ଯୋଗଦାନ କରିଥିବା ପୂର୍ବତନ ତୃଣମୂଳ କଂଗ୍ରେସ୍‌(ଟିଏମ୍‌ସି) ନେତା ମୁକୁଲ ରାୟ ଗଣମାଧ୍ୟମକୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ବରିଷ୍ଠ ବିଜେପି ନେତା କୈଳାଶ ବିଜୟଭରଜିୟାଙ୍କ ଉପସ୍ଥିତିରେ ମୁକୁଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେ ଟିଏମ୍‌ସିର ପ୍ରତିଷ୍ଠାତା ସଦସ୍ୟ ଥିବା ବେଳେ ସେପ୍ଟେମ୍ବରରେ ଦଳ ଛାଡ଼ିଥିଲେ ଓ ଅକ୍ଟୋବରରେ…

ଭୁବନେଶ୍ବର: ୨୦୧୭ ମସିହା ଶେଷ ହେବାକୁ ଆଉ ମାତ୍ର ଦୁଇ ମାସ ବାକି ଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଶୀଳ ବିଧାୟକ ସମ୍ମାନ ଘୋଷଣା କରିଛନ୍ତି। ୧୨ ଜଣିଆ ବରିଷ୍ଠ ସାମ୍ବାଦିକ ଓ ୮ ଜଣିଆ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଗଠିତ ବିଚାରକ ଗୋଷ୍ଠୀ ମୋଟ ୪ ଜଣଙ୍କ ନାମ ଏଥିଲାଗି ସୁପାରିଶ କରିଛନ୍ତି। ବିଚାରକଙ୍କ ସୁପାରିଶ ଆଧାରରେ ମୁଖ୍ୟମନ୍ତ୍ରୀ ସଚିବାଳୟ ପରିସରରେ ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ୪…

ଭୁବନେଶ୍ବର: କମ୍‌ ବୟସର ଯୁବକ-ଯୁବତୀ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେଶ୍‌ କିଛିଦିନ ଧରି ଆକ୍ରାନ୍ତ କରି ରଖିଥିବା ମାରାତ୍ମକ ମୋବାଇଲ୍‌ ଫୋନ୍‌ ଖେଳ ବ୍ଲୁ-ହ୍ବେଲ୍‌ କ୍ରମଶଃ ଜନମାନସରୁ ପାଶୋର ହେବାକୁ ବସିଥିବା ବେଳେ,ପୁଣି ଚର୍ଚ୍ଚାକୁ ଆସିଛି। ରାଜ୍ୟର ଜଣେ ବରିଷ୍ଠ ବିଜେପି ନେତା ଏହି ଖେଳ ପାଲରେ ପଡ଼ିଛନ୍ତି। ଦିଲ୍ଲୀରେ ରହୁଥିବା ତାଙ୍କରି ଦଳର ଅନ୍ୟ ଜଣେ ନେତା ଖେଳର ଆଡମିନିଷ୍ଟ୍ରେଟର୍‌ ସାଜି ତାଙ୍କୁ ଏଭଳି ଫସାଇଛନ୍ତି। ବରିଷ୍ଠ ନେତା ଜଣକ ଏଭଳି ଅସହାୟ ହୋଇ ପଡ଼ିଛନ୍ତି ଯେ,…