•  
  •  
  •  
  •  
  •  
  •  
  •  
  •  
  •  

ବିଶ୍ବର ଶ୍ରେଷ୍ଠ ଅଧ୍ୟାଦେଶ ଭାବେ ଘୋଷଣା କଲା ୟୁନେସ୍କୋ

ପାରିସ୍(ଫ୍ରାନ୍ସ)/ଜୟପୁର: ଲଗାତାର ତିନି ବର୍ଷରେ ୟୁନେସ୍କୋ ତରଫରୁ ତିନୋଟି ବିରଳ କୀର୍ତ୍ତିମାନ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ବିଜେପି ସରକାର। ପ୍ରଥମେ ନରେନ୍ଦ୍ର ମୋଦିଙ୍କୁ ବିଶ୍ବର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଥିଲା ୟୁନେସ୍କୋ। ପରବର୍ଷ ଭାରତର ଜାତୀୟ ସଙ୍ଗୀତ ଜନ-ଗଣ-ମନକୁ ବିଶ୍ବର ଶ୍ରେଷ୍ଠ ଜାତୀୟ ସଂଗୀତର ମାନ୍ୟତା ଦେଇଥିଲା ୟୁନେସ୍କୋ। ଚଳିତ ବର୍ଷ ପୁଣି ଥରେ ବିଜେପି ଶାସିତ ରାଜସ୍ଥାନରେ ପାରିତ ନୂଆ ଅଧ୍ୟାଦେଶକୁ ଅନୁଷ୍ଠାନ ତରଫରୁ ଶ୍ରେଷ୍ଠ ଘୋଷଣା କରାଯାଇଛି।

ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସରକାରରେ ଦୁଇଦିନ ତଳେ ପାରିତ ଅଧ୍ୟାଦେଶ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବିଚାରପତି ଓ ସରକାରୀ ଅଧିକାରୀଙ୍କ ସୁରକ୍ଷା ପାଇଁ ଏକ ବିରଳ ପଦକ୍ଷେପ ବୋଲି ୟୁନେସ୍କୋ ପକ୍ଷରୁ କୁହାଯାଇଛି।

ୟୁନେସ୍କୋର ମହା-ନିର୍ଦ୍ଦେଶିକା ଇରିନା ବୋକୋଭା କହିଛନ୍ତି,

ଦୁର୍ନୀତିରେ ଉବୁଟୁବୁ ଭାରତରେ ସ୍ବଚ୍ଛ ଶାସନ ପ୍ରତିଷ୍ଠା ଲାଗି ଏହି ଅଧ୍ୟାଦେଶ ଏକ ଆଲୋକବର୍ତ୍ତିକା ସଦୃଶ ହେବ। ବିଶ୍ବର ଏକମାତ୍ର ବିରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକାଳରେ ଏହା ଏକ ଐତିହାସିକ ପଦକ୍ଷେପ। କେବଳ ରାଜସ୍ଥାନରେ ନୁହେଁ, ସାରା ଭାରତରେ ଏହି ଅଧ୍ୟାଦେଶକୁ ଜାରି କରାଗଲେ ‘ଅଚ୍ଛେ ଦିନ’ ଆପଣା ଛାଏଁ ପ୍ରକଟ ହେବ।

ବୋକୋଭା ପୁନଶ୍ଚ କହିଛନ୍ତି,

ଭାରତରେ ବିଜେପି ଶାସନକୁ ଆସିବା ପରେ ଆମେ କେତେକ ନୂଆ ବିଭାଗ ଆମର ୟୁନେସ୍କୋ ଘୋଷଣାରେ ସାମିଲ କରିଛୁ। ଆଶ୍ଚର୍ଯ୍ୟଜନକ ଭାବେ ସେ ସବୁ ବିଭାଗରେ ଅନ୍ୟ ରାଷ୍ଟ୍ରକୁ ପଛରେ ପକାଇ ଭାରତ ବାଜି ମାରି ନେଇଛି। ଆଗକୁ ଆମେ ବିଶ୍ବର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ଗୃହପାଳିତ ପଶୁ, ଶ୍ରେଷ୍ଠ ଧର୍ମିୟ ଅନୁଷ୍ଠାନ ଓ ଶ୍ରେଷ୍ଠ ଧର୍ମ ମଧ୍ୟ ଘୋଷଣା କରିବୁ। ଏହି ସବୁ ବିଭାଗରେ ମଧ୍ୟ ଭାରତ ଅନୁରୂପ ସଫଳତା ପାଇପାରେ।

ସୂଚନା ଯୋଗ୍ୟ, ଦୁଇଦିନ ତଳେ ବସୁନ୍ଧରା ରାଜେ ଏକ ଐତିହାସିକ ଅଧ୍ୟାଦେଶ ପାରିତ କରିଛନ୍ତି। କାର୍ଯ୍ୟରେ ଥିବା ବା ଅବସର ନେଇଥିବା ବିଚାରପତି ଓ ସରକାରୀ ଅଧିକାରୀଙ୍କ ବିରୋଧରେ ସରକାରଙ୍କ ବିନା ଅନୁମତିରେ କୌଣସି ଅପରାଧିକ ବା ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ।

ଏଭଳି ଅଧ୍ୟାଦେଶକୁ ବିରୋଧୀ କଂଗ୍ରେସ ଦୃଢ଼ କଣ୍ଠରେ ନିନ୍ଦା କରିଥିବା ବେଳେ, ଏଥିରେ ରାଜନେତାମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯାଉ ବୋଲି ଦାବି କରିଛି।

ଦେଶକୁ ବାରମ୍ବାର ବିରଳ ସ୍ବୀକୃତି ଦେଉଥିବାରୁ ଟ୍ବିଟ୍‌ କରି ୟୁନେସ୍କୋକୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Leave a Reply

Your email address will not be published. Required fields are marked *