•  
  •  
  •  
  •  
  •  
  •  
  •  
  •  
  •  

ଯୋଧପୁର: ୨୦ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ବର୍ତ୍ତମାନ ଯୋଧପୁର ଜେଲରେ ଥିବା ବଲିଉଡ୍‌ ତାରକା ସଲମାନ୍‌ ଖାନ୍‌ ପାରୋଲ୍‌ରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏ ନେଇ ସେ ଆବେଦନ କରିଥିବା ଜେଲ୍‌ କର୍ତୃପକ୍ଷ ଜଣାଇଛନ୍ତି।

ବିଗତ ବର୍ଷମାନଙ୍କରେ ଗଞ୍ଜାମର ବେତନଟି-ବାଲିପଦର ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃୃଦ୍ଧି ପାଇଥିବା ନେଇ ନିକଟରେ ଗଣମାଧ୍ୟମେର ରିପୋର୍ଟ ପ୍ରକାଶ ପାଇଛି। ନିକଟରେ ହୋଇଥିବା ଗଣନା ଅନୁସାରେ ବର୍ତ୍ତମାନ ଗଞ୍ଜାମର ଏହି ଇଲାକାରେ ୪୦୪୪ଟି କୃଷ୍ଣସାର ମୃଗ ଅଛନ୍ତି। ୨୦୧୧ରେ ସେମାନଙ୍କ ସଂଖ୍ୟା ୨୧୯୪ ଥିବା ବେଳେ ୨୦୧୫ରେ ୩୮୦୬କୁ ବୃଦ୍ଧି ପାଇଥିଲା। ବିଗତ ଦୁଇବର୍ଷରେ ସେମାନଙ୍କ ସଂଖ୍ୟା ୨୦% ବୃଦ୍ଧି ଘଟିଛି।

କୃଷ୍ଣସାର ମୃଗ ଶିକାରରେ ବିଶେଷ ସଉକ ରଖୁଥିବା ସଲମାନ ଗଞ୍ଜାମର ଏହି କଉତୁକିଆ ଜନ୍ତୁମାନଙ୍କୁ ଶିକାର କରିବାର ଲେଭ ସମ୍ବରଣ କରିପାରି ନାହାନ୍ତି। ପାରୋଲ ମିଳିଲେ ସେ ଅବଶ୍ୟ ଓଡ଼ିଶା ଆସି ନିଜର ଅଭିଳାଷ ଚରିତାର୍ଥ କରିବେ ବୋଲି କହିଛନ୍ତି।

ସଲମାନଙ୍କ ଏଭଳି ଇଚ୍ଛାକୁ ‘ଓଡ଼ିଶା ପଶୁ ଶିକାରୀ ମହାସଂଘ’ ସ୍ବାଗତ କରିଛି। ସଲମାନ ଓଡ଼ିଶା ଆସିଲେ ତାଙ୍କୁ ଶିକାରୀମାନେ ବିପୁଳ ସମ୍ବର୍ଦ୍ଧନା ସହ ସ୍ବାଗତ କରିବେ ବୋଲି ମହାସଂଘର ଅଧ୍ୟକ୍ଷ ଘାତକେଶ୍ବର ବାଘ ଜଣାଇଛନ୍ତି। ସଲମାନଙ‌କ ପାରୋଲ ତାରିଖ ଧାର୍ଯ୍ୟ ହେବା ପରେ ମହାସଂଘ ସେହି ସମୟରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଏକ ତିନିଦିନିଆ ଓଡ଼ିଶା ଶିକାର ମହୋତ୍ସବ ଆେୟାଜନର ଯୋଜନା କରୁଛି। ଏ ନେଇ ସରକାରଙ୍କ ସହଭାଗିତା ଲୋଡ଼ିବ ମହାସଂଘ।

ଅନ୍ୟପଟେ ଜେଲରୁ ଛୁଟି ମିଳିବା ନେଇ ଜେଲ କର୍ତୃପକ୍ଷ କୌଣସି ସୂଚନା ଦେଇନାହାନ୍ତି। ଅତିକମରେ ୩ ମାସ ଜେଲ ଦଣ୍ଡ ନ ଭୋଗିବା ଯାଏଁ ପୋରାଲ ମିଳିପାରିବ ନାହିଁ ବୋଲି ଜଣେ କାରାଗାର ବିଶେଷଜ୍ଞ ମତ ଦେଇଛନ୍ତି। ଗତକାଲି କାରାବରଣ କରିଥିବା ସଲମାନ୍‌ଙ୍କୁ ଆସନ୍ତା ଜୁଲାଇ ମାସରେ ପାରୋଲ ମିଳିବା ନେଇ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *