•  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ନିକଟରେ କଂଗ୍ରେସ ଦଳରୁ ବିଦା ହାେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପତଳା ଝାଡ଼ା ଯୋଗୁଁ ନିସ୍ତେଜ ହାେଇଯିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ‘ମହାଖୁଲାସା’ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ଅନ୍ୟପଟେ ଏହା ନବୀନ ପଟ୍ଟନାୟକଙ୍କ ଯୋଜନା କହି ୧୦୮ ଅ‍ାମ୍ବୁଲାନ୍ସକୁ ଦୁଅ‍ାରୁ ଫେରାଇ ଦେଇଛନ୍ତି ଶ୍ରୀ ଜେନା। ଜାନୁଅ‍ାରୀ ୨୫ ତାରିଖରେ ସେ ରାହୁଲଙ୍କ ବିରୋଧରେ ବିଷ ଓଗାଳିବେ ବୋଲି ଘୋଷଣା କରିଥିଲେ।

ଘଟଣାରୁ ପ୍ରକାଶ, ଗତକାଲି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ବରରେ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିଥିଲେ। ସେଇ ସମାନ ଦିନରେ ରାହୁଲଙ୍କ ବାବଦରେ ଗଣମାଧ୍ୟମରେ ଗୁମର ଫିଟାଇ ତାଙ୍କୁ ଅପଦସ୍ତ କରିବାକୁ ଘୋଷଣା କରିଥିଲେ ବିତାଡ଼ିତ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ତେବେ ଏ ନେଇ ଜେନା ବାବୁ ପ୍ରସ୍ତୁତି ଚଳାଇଥିବା ବେଳେ ହଠାତ ଗତକାଲି ସକାଳୁ ଘନ ଘନ ପତଳା ଝାଡ଼ା ଯୋଗୁଁ ସେ ନିସ୍ତେଜ ହାେଇ ପଡ଼ିଥିଲେ। ସେପଟେ ରାହୁଲଙ୍କ ସହ ମଞ୍ଚରେ ଥିବା କଂଗ୍ରେସ ରାଜ୍ୟ ମୁଖିଅ‍ା ନିରଂଜନ ପଟ୍ଟନାୟକ ଏ ବାବଦରେ ଖବର ପାଇ ଅ‍ାଶ୍ବସ୍ତ ହାେଇଥିଲେ ହେଁ ନିଜ ପୁରୁଣା ବନ୍ଧୁଙ୍କ ଅସୁସ୍ଥତା ନେଇ ବ୍ୟସ୍ତ ହାେଇ ପଡ଼ିଥିଲେ।

ଶ୍ରୀକାନ୍ତଙ୍କୁ ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିରଂଜନ ଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଏ ସମୟରେ ପୁରୀ ଠାରେ କାଳି୍ଅ‍ା ଯୋଜନା ଉଦଘାଟନ ସମାରୋହରେ ଭାଷଣ ପଢ଼ୁଥିବାରୁ ନିରଂଜନଙ୍କ ସହ କଥା ହାେଇ ପାରିନଥିଲେ। ପରେ ନିରଂଜନ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ୍ କରି ଟୁଇଟ୍ କରିଥିଲେ। ଟୁଇଟ୍ ପଢ଼ି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ତୁରନ୍ତ ପ୍ରତାପ ଜେନାଙ୍କ ବାସଭବନକୁ ୧୦୮ ଅ‍ାମ୍ବୁଲାନ୍ସ ପଠାଇଥିଲେ।

ତେବେ ତାଙ୍କ ପତଳା ଝାଡ଼ା ପଛରେ ବିଜେଡି-କଂଗ୍ରେସର ମିଳିତ ଚକ୍ରାନ୍ତ ଥିବା ଅଭିଯୋଗ କରି ଶ୍ରୀ ଜେନା ଅ‍ାମ୍ବୁଲାନ୍ସଟିକୁ ଫେରାଇ ଦେଇଥିଲେ। ସେ ଏବେ କୋରାପୁଟରୁ ଅ‍ାଦିବାସୀ ଦେଶୀୟ ଚିକିତ୍ସାର ସହଯୋଗ ଲୋଡ଼ିଛନ୍ତି। ସୁସ୍ଥ ହେଲେ ସେ ଖୁବ୍ ଶୀଘ୍ର ରାହୁଲଙ୍କ ସବୁ ଗୁମର ଫିଟାଇବା ସହ ବିଜୁ ପଟ୍ଟନାୟକଙ୍କ ଭଳି ତାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କରାଇ ଦେବେନାହିଁ ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା।

ଶ୍ରୀକାନ୍ତ ଟୁଣୁକା ଚିକିତ୍ସା ନକରି ତୁରନ୍ତ ଓଅ‍ାରଏସ୍ ପାଣି ପିଅନ୍ତୁ ବୋଲି କହିବା ସହ ତାଙ୍କର ଅ‍ାରୋଗ୍ୟ କାମନା କରିଛନ୍ତି ଡାକ୍ତର ଦାମୋଦର ରାଉତ।

Leave a Reply

Your email address will not be published. Required fields are marked *