ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ସବୁଠୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରସିଦ୍ଧ ବାରିକ ଜେଭାଦ ହବିବ ଦଳରେ ଯୋଗଦେବା ପରେ ପ୍ରଥମ ଦିନରୁ ନିଜର କମାଲ ଦେଖାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମୁଣ୍ଡ ଚୂଳର ଶୈଳୀ ବଦଳେଇ ଦେଇଛନ୍ତି ଦେଶର ଜଣାଶୁଣା ହେୟାର ଡ୍ରେସର ଜାଭେଦ୍। ବିଜୟ ପାଇଁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ପନ୍ଥା ଆପଣେଉଛନ୍ତି। କିଏ ନିଜର କଥା କହିବାର ଶୈଳୀ ପରିବର୍ତ୍ତନ କରୁଛନ୍ତି…

ଓ୍ବାଶିଂଟନ୍: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଆଜି ଥିଲା ଏକ ଐତିହାସିକ ଦିବସ। ଭାରତରେ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବିଜେପି ନେତାଗଣ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ବିଶ୍ବସ୍ତରରେ ଦଳକୁ ମିଳିଛି ବିରଳ ସମର୍ଥନ। ମୋଦିଙ୍କ ମେ ଭି ଚୌକିଦାର ଡାକରାରେ ପ୍ରଭାବିତ ହୋଇ ବିଶ୍ବର ଏକ ନମ୍ବର ନେତା ତଥା ଆମେରିକାର ରାଷ୍ଟ୍ରପତି ଟ୍ବିଟର ହାଣ୍ଡଲରେ ନିଜ ନାମ ଆଗରୁ ଚୌକିଦାର ଯୋଡ଼ିଛନ୍ତି। ଭାରତରେ ଚାଲିଥିବା ସାଧାରଣ ନିର୍ବାଚନରେ…

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ ତୈଳଦର ବୃଦ୍ଧି ପାଉଥିବା ବେଳେ, ଏହା ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଦେଶର ବିଭିନ୍ନ ସହରରେ ଏବେ ତୈଳଦର ୮୦ରୁ ୯୦ ଟଙ୍କା ଭିତରେ ରହିଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ତୈଳ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବେପରୁଆ ମନଭାବ ବିରୋଧୀଙ୍କୁ ବି ବିସ୍ମିତ କରିଛି। ଅନ୍ୟପଟେ ତୈଳ ଦରବୃଦ୍ଧି ପଛରେ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି)ର ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ…

 ପରିବେଶ ଓ ଇନ୍ଧନ ସଂରକ୍ଷଣର ବାର୍ତ୍ତା ଦେବେ ମୋଦି ସାଇକେଲକୁ ଜାତୀୟ ଯାନ ଘୋଷଣା କରିପାରନ୍ତି କଟକ ଓ ଭୁବନେଶ୍ବରରେ ଅଣ୍ଡା-ଟମାଟୋ ବିକ୍ରି ବନ୍ଦ ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସୁଥିବା ବେଳେ ତାଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୋଦି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକ ସଭାସ୍ଥଳ ପର୍ଯ୍ୟନ୍ତ ୨ କିଲୋମିଟର ବାଟ ସାଇକେଲ ଯୋଗେ ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।ତୈଳ…

ଭୁବନେଶ୍ବର: ବିଜେପୁରରେ ବିଜେପି ନିଶ୍ଚୟ ଜିତିବ ବୋଲି ଗତକାଲି ଯାଏଁ ଦଳର ତୁଙ୍ଗନେତା ମାନେ ଦାବି କରି ଆସୁଥିଲେ। ଏପରିକି ଗତକାଲି ଏକ ଟିଭି କାର୍ଯ୍ୟକ୍ରମରେ ବାବୁ ଭୃଗୁ ବକ୍ସିପାତ୍ରେ ଏ ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ତେବେ ଦଳ ଆଜି ଚିତପଟାଙ୍ଗ ମାରିଛି। ଅନ୍ୟପଟେ ବିଜେପୁରରେ ବିଜେପିକୁ ୪୨ ହଜାର ଭୋଟ ପଛରେ ପକାଇ ବିଜେଡି ବାଜିମାତ୍‌ କରିଛି। ତେବେ ଏ ନେଇ ବିଜେପି ନେତା ଓ କର୍ମୀ ଖୁସି ଥିବା ଆମକୁ ଅଧିକ ଆଚମ୍ବିତ…

ଭୁବନେଶ୍ବର: ବିଜେପୁରରେ ବିଜେପିର ସ୍ଥିତି ବହୁତ ଭଲ ଥିଲା। ପଞ୍ଚାୟତ ନିର୍ବାଚନ ଠାରୁ ଅଧିକ ପରିମାଣର ଭୋଟ ଆମ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ମିଳିଥା’ନ୍ତା। ତେବେ ସିନେମା ହିରୋ ହିଁ ନିର୍ବାଚନ ପ୍ରଚାରରେ ବାଧକ ସାଜିଲେ ଆଉ ସେଇ ହେତୁ ଦଳ ଶୋଚନୀୟ ପରାଜୟ ବରଣ କଲା ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ମୁକୁ ବାବୁ। ବିଜେପୁର ନିର୍ବାଚନରେ ନିଶ୍ଚୟ ଜିତିବୁ ବୋଲି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମହୋଦୟ ବାହାସ୍ଫୋଟ ମାରୁଥିବା ବେଳେ ଆଜିର ଫଳାଫଳ ଦେଖି ତାଙ୍କମନ…

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପବିତ୍ରତମ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି(ବିଜେପି)। ଏପରିକି ଏହା ଗଙ୍ଗାନଦୀ ଠାରୁ ଅଧିକ ପବିତ୍ର ବୋଲି ବିଜେପିରେ ଆଜି ଯୋଗଦାନ କରିଥିବା ପୂର୍ବତନ ତୃଣମୂଳ କଂଗ୍ରେସ୍‌(ଟିଏମ୍‌ସି) ନେତା ମୁକୁଲ ରାୟ ଗଣମାଧ୍ୟମକୁ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ବରିଷ୍ଠ ବିଜେପି ନେତା କୈଳାଶ ବିଜୟଭରଜିୟାଙ୍କ ଉପସ୍ଥିତିରେ ମୁକୁଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ସେ ଟିଏମ୍‌ସିର ପ୍ରତିଷ୍ଠାତା ସଦସ୍ୟ ଥିବା ବେଳେ ସେପ୍ଟେମ୍ବରରେ ଦଳ ଛାଡ଼ିଥିଲେ ଓ ଅକ୍ଟୋବରରେ…

ଭୁବନେଶ୍ବର: କମ୍‌ ବୟସର ଯୁବକ-ଯୁବତୀ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେଶ୍‌ କିଛିଦିନ ଧରି ଆକ୍ରାନ୍ତ କରି ରଖିଥିବା ମାରାତ୍ମକ ମୋବାଇଲ୍‌ ଫୋନ୍‌ ଖେଳ ବ୍ଲୁ-ହ୍ବେଲ୍‌ କ୍ରମଶଃ ଜନମାନସରୁ ପାଶୋର ହେବାକୁ ବସିଥିବା ବେଳେ,ପୁଣି ଚର୍ଚ୍ଚାକୁ ଆସିଛି। ରାଜ୍ୟର ଜଣେ ବରିଷ୍ଠ ବିଜେପି ନେତା ଏହି ଖେଳ ପାଲରେ ପଡ଼ିଛନ୍ତି। ଦିଲ୍ଲୀରେ ରହୁଥିବା ତାଙ୍କରି ଦଳର ଅନ୍ୟ ଜଣେ ନେତା ଖେଳର ଆଡମିନିଷ୍ଟ୍ରେଟର୍‌ ସାଜି ତାଙ୍କୁ ଏଭଳି ଫସାଇଛନ୍ତି। ବରିଷ୍ଠ ନେତା ଜଣକ ଏଭଳି ଅସହାୟ ହୋଇ ପଡ଼ିଛନ୍ତି ଯେ,…

ନୂଆଦିଲ୍ଲୀ: ଏକଦା କଂଗ୍ରେସ୍‌ ମୁକ୍ତ ଭାରତର ଲକ୍ଷ୍ୟ ରଖିଥିବା ଭାରତୀୟ ଜନତା ପାର୍ଟି ପୁଣି ୟୁ-ଟର୍ଣ ନେଇଛି। ମୁକ୍ତ ନୁହେଁ, ବରଂ କଂଗ୍ରେସ୍‌କୁ ଯୁକ୍ତ କରିବା ଲାଗି ଦଳ ନୂଆ ସମୀକରଣ ଆପଣେଇଛି। ଦେଶରେ କଂଗ୍ରେସ୍‌ ଯୁକ୍ତ ବିଜେପି ଶାସନ ଲାଗି ଆଜି ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। କଂଗ୍ରେସ‌୍‌କୁ ଦେଶରୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଲାଗି ଗତ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବଦ୍ଧପରିକର ଥିଲା ବିଜେପି। କଂଗ୍ରେସ…

ଦାମ ରାଉତ ଓ ବିଜୟ ମହାପାତ୍ରଙ୍କୁ ବିରୋଧୀଦଳ ନେତା ଆସନ ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ଶାସନରେ ନବକଳେବର ହେବ ବୋଲି ପୂର୍ବାନୁମାନ କରିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଟାଣୁଆ ବିଜେପି ନେତା ଜୁଏଲ୍‌ ଓରାମ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ପୁଣି ଉଜ୍ଜ୍ବଳ ସମ୍ଭାବନା ଦେଖାଦେଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଲୋକେ କାହାକୁ ଦେଖିବାକୁ ଚାହାନ୍ତି ବୋଲି ଓଏଫ୍‌ଏନ୍‌ ପକ୍ଷରୁ ରାଜ୍ୟ ବ୍ୟାପୀ ହୋଇଥିବା ଏକ ସର୍ଭେରେ ଜୁଏଲ୍‌ଙ୍କୁ ସର୍ବାଧିକ…