ଓ୍ବାଶିଂଟନ୍: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଆଜି ଥିଲା ଏକ ଐତିହାସିକ ଦିବସ। ଭାରତରେ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟାନ୍ୟ ବିଜେପି ନେତାଗଣ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ବିଶ୍ବସ୍ତରରେ ଦଳକୁ ମିଳିଛି ବିରଳ ସମର୍ଥନ। ମୋଦିଙ୍କ ମେ ଭି ଚୌକିଦାର ଡାକରାରେ ପ୍ରଭାବିତ ହୋଇ ବିଶ୍ବର ଏକ ନମ୍ବର ନେତା ତଥା ଆମେରିକାର ରାଷ୍ଟ୍ରପତି ଟ୍ବିଟର ହାଣ୍ଡଲରେ ନିଜ ନାମ ଆଗରୁ ଚୌକିଦାର ଯୋଡ଼ିଛନ୍ତି। ଭାରତରେ ଚାଲିଥିବା ସାଧାରଣ ନିର୍ବାଚନରେ…

ଅର୍ଣବ ଗୋସ୍ବାମୀଙ୍କ ଶୋ‘ରେ ମତ ରଖିଲେ ପାକିସ୍ତାନୀ ବିଶେଷଜ୍ଞ ଓ୍ବାସିଂଟନ୍ ଡିସି/ମୁମ୍ବାଇ: ଦିନକୁ ଏକାଧିକ ବାର ଦାଢ଼ି କ୍ଷୋର ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଣିକି ଦାଢ଼ି ବଢ଼ାଇବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ମିଳିଛି। ନିଜର ପୁରୁଣା ବାରିକଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁଇଜଣ ନୂଆ ବାରିକ ନିଯୁକ୍ତି କରିବାକୁ ରାଷ୍ଟ୍ରପତି ହ୍ବାଇଟ ହାଉସ୍ ପର୍ସନାଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କୋରିଆର ଏକଛତ୍ରବାଦ ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ୍‌ ଉନ୍‌ ତାଙ୍କୁ ‘ପାତିମୁହାଁ‘…