ଯୋଧପୁର: ୨୦ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ବର୍ତ୍ତମାନ ଯୋଧପୁର ଜେଲରେ ଥିବା ବଲିଉଡ୍‌ ତାରକା ସଲମାନ୍‌ ଖାନ୍‌ ପାରୋଲ୍‌ରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏ ନେଇ ସେ ଆବେଦନ କରିଥିବା ଜେଲ୍‌ କର୍ତୃପକ୍ଷ ଜଣାଇଛନ୍ତି। ବିଗତ ବର୍ଷମାନଙ୍କରେ ଗଞ୍ଜାମର ବେତନଟି-ବାଲିପଦର ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃୃଦ୍ଧି ପାଇଥିବା ନେଇ ନିକଟରେ ଗଣମାଧ୍ୟମେର ରିପୋର୍ଟ ପ୍ରକାଶ ପାଇଛି। ନିକଟରେ ହୋଇଥିବା ଗଣନା ଅନୁସାରେ ବର୍ତ୍ତମାନ ଗଞ୍ଜାମର ଏହି…

ଗୁଜୁରାତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବେ ନବୀନ ଭୁବନେଶ୍ବର: ଓଡ଼ିଶାର ଏକମାତ୍ର ଆଞ୍ଚଳିକ ଦଳ ଭାବେ ପରିଚିତ ବିଜୁ ଜନତା ଦଳ (ବିଜେଡି) ନିଜକୁ ଏକ ଜାତୀୟ ଦଳରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଓଡ଼ିଶା ଭିନ୍ନ ଅନ୍ୟ ରାଜ୍ୟରେ ପ୍ରାର୍ଥୀ ଦେବା ଲାଗି ଦଳ ପକ୍ଷରୁ କସରତ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ, ଭଗ୍ନୀ ରାଜ୍ୟ ତାମିଲନାଡ଼ୁ ସମେତ ବାଙ୍ଗାଲୋର, ନୂଆଦିଲ୍ଲୀ ତଥା ଗୁଜୁରାତରେ ନିଜର ପତିଆରା ଜାହିର ପାଇଁ…

କୋରାପୁଟ: ଚଳିତ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା କୁନ୍ଦୁଲି ଗାଁର ନବମ ଶ୍ରେଣୀ ଝିଅକୁ ଦୁଷ୍କର୍ମ ଘଟଣାରେ ପୁଲିସ ଏଯାଏଁ କୌଣସି ଠୋସ୍‌ ପ୍ରମାଣ ପାଇ ନଥିବା ବେଳେ, ଏହା ପଛରେ ଅତୃପ୍ତ ଆତ୍ମାର ହାତ ଥାଇପାରେ ବୋଲି ଗାଁରେ ସନ୍ଦେହ ପ୍ରକଟ ପାଇଛି। ଏଥିପାଇଁ ଗୁଣିଆକୁ ଡକାଇ କୁନ୍ଦୁଲିରେ ଆଜି ଠାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପାସପୋର୍ଟ ଫଟୋ ଉଠାଇବା ପାଇଁ ଝିଅଟି ଗାଁ ବାହାରକୁ ଯାଇଥିବା ବେଳେ ଗତ ୧୦ ତାରିଖରେ କେତେଜଣ…

ସାରଥୀ ବାବା ଓରଫ୍‌ ସନ୍ତୋଷ ରାଉଳ ଏକାଧିକ ମାମଲାରେ ଜଡ଼ିତ ହୋଇ ବିଚାରାଧୀନ କଏଦୀ ଭାବରେ ଏବେ ଚୌଦ୍ବାର ଜେଲ୍‌ରେ କାଳାତିପାତ କରୁଛନ୍ତି। ଏକଦା ଲକ୍ଷ ଲକ୍ଷ ଭକ୍ତଙ୍କ ହୃଦୟରେ ଆସ୍ଥାନ ଜମେଇଥିବା ଏହି ଦିବ୍ୟ ବ୍ୟକ୍ତିତ୍ବ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ତାଙ୍କର ମନ କଥା ଆମକୁ କହିଛନ୍ତି। ଜେଲ୍‌ ଅଧୀକ୍ଷକଙ୍କ ସ୍ବତନ୍ତ୍ର ଅନୁମତି କ୍ରମେ ସାରଥୀ ବାବାଙ୍କୁ ଭେଟିଥିଲେ ଓଡ଼ିଆ ଫେକ୍‌ ନ୍ୟୁଜ୍‌ର ସ୍ବତନ୍ତ୍ର ପ୍ରତିନିଧି ସୁଶ୍ରୀ ପପ୍ପି କାଣ୍ଡେଇ… ପପ୍ପି: ଜେଲ୍‌ ଭିତରେ ଅନୁଭୂତି…

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେର ଫଟୋ ନୂଆ ୧୦୦୦ ଟଙ୍କିଆ ନୋଟ୍‌ରେ ରହିବ। ୨୦୧୮ ଜାନୁଆରି ୩୦ ତାରିଖରେ ରିଜର୍ବ ବ୍ୟାଙ୍କ୍ ଏହି ନୂଆ ନୋଟ୍କୁ ବଜାରକୁ ଛାଡ଼ିବ। ସରକାର ଏ ବାବଦରେ କୌଣସି ଘୋଷଣା କରି ନଥିଲେ ହେଁ, ଏଭଳି ନିଷ୍ପତ୍ତି ନେଇଥିବା ସୋସିଆଲ୍ ମିଡିଆରେ ପ୍ରଚାର ଚାଲିଛି। ଏହାକୁ କିଛି କଠୋରବାଦୀ ସଂଗଠନ ସ୍ବାଗତ କରିଛନ୍ତି। ଗଡ୍ସେ ସ୍ମୃତି ସଂସଦ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହା ହେବ…

ଭୁବନେଶ୍ବର: ବିଜୁ ଜନତା ଦଳର ସମସ୍ତ ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାଙ୍କ ପାଇଁ ଏକ ୩ ମାସିଆ ପ୍ରଶିକ୍ଷଣ ବ୍ୟବସ୍ଥା କରିଛି ଦଳ। ଏଥିପାଇଁ ବ୍ରିଟିଶ୍ ଇନ୍ଷ୍ଟିଚ୍ୟୁଟ୍ ସହ ଦଳ ଅନୁବନ୍ଧିତ ହୋଇଛି। ଦଳର ସମସ୍ତ ମନ୍ତ୍ରୀ, ବିଧାୟକ,ମେୟର, ରାଜ୍ୟ କର୍ମକର୍ତ୍ତା, ମୁଖପାତ୍ର, ଜିଲ୍ଲା ସଭାପତି ଓ ସାଂସଦମାନଙ୍କୁ ମିଶାଇ ମୋଟ ୩୪୮ ଜଣ ଏହି ପ୍ରଶିକ୍ଷଣ ଯୋଜନାରେ ସାମିଲ ହେବେ। ବ୍ରିଟିଶ୍ ଇନ୍ଷ୍ଟିଚ୍ୟୁଟ୍ ମାତ୍ର ୩ ମାସ ମଧ୍ୟରେ ଏମାନଙ୍କୁ ଅନର୍ଗଳ ଇଂରାଜୀ କହିବା…

ଅର୍ଣବ ଗୋସ୍ବାମୀଙ୍କ ଶୋ‘ରେ ମତ ରଖିଲେ ପାକିସ୍ତାନୀ ବିଶେଷଜ୍ଞ ଓ୍ବାସିଂଟନ୍ ଡିସି/ମୁମ୍ବାଇ: ଦିନକୁ ଏକାଧିକ ବାର ଦାଢ଼ି କ୍ଷୋର ହେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏଣିକି ଦାଢ଼ି ବଢ଼ାଇବେ ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ ସୂଚନା ମିଳିଛି। ନିଜର ପୁରୁଣା ବାରିକଙ୍କୁ ହଟାଇ ତାଙ୍କ ସ୍ଥାନରେ ଦୁଇଜଣ ନୂଆ ବାରିକ ନିଯୁକ୍ତି କରିବାକୁ ରାଷ୍ଟ୍ରପତି ହ୍ବାଇଟ ହାଉସ୍ ପର୍ସନାଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର କୋରିଆର ଏକଛତ୍ରବାଦ ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ୍‌ ଉନ୍‌ ତାଙ୍କୁ ‘ପାତିମୁହାଁ‘…