ଭୁବନେଶ୍ବର: ଆଜି ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରୁଥିବା ବେଳେ ତାଙ୍କ ସହ ୨୦ ଜଣ ମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି। ତେବେ ଏଥର ନିଶ୍ଚୟ ମନ୍ତ୍ରୀପଦ ପାଇବେ ବୋଲି ଆଶା ବାନ୍ଧି ବସିଥିବା ବିଜେଡିର ଟାଣୁଆ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ନିରାଶ ହେବାକୁ ପଡ଼ିଛି। ପୁରୀ ଜିଲ୍ଲାରୁ ନିମାପଡ଼ା ବିଧାୟକ ସମୀର ରଂଜନ ଦାଶଙ୍କୁ ମନ୍ତ୍ରୀପଦ ମିଳିଛି।…

ଭୁବନେଶ୍ବର: ପଖାଳ ପ୍ରିୟ ଓଡ଼ିଅ‍ାଙ୍କ ଅତି ପ୍ରିୟ ବ୍ୟଞ୍ଜନ ଭାବେ ପରିଚିତ କୋଶଳା ଶାଗର ନାମ ପରିବର୍ତ୍ତନ ପାଇଁ ରାଜ୍ୟବ୍ୟାପୀ ଦାବି ଯୋର ଧରିଛି। ଗତ ଦୁଇତିନି ଦିନ ଧରି ଏ ନେଇ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଓଡ଼ିଶାର ଏହା ପ୍ରାଚୀନ ଶାଗ ହାେଇଥିବାରୁ ରାଜ୍ୟର ପ୍ରାଚୀନ ନାମ ଉତ୍କଳ ଅ‍ାଧାରରେ ଏ ଶାଗର ନାମ ମଧ୍ୟ ଉତ୍କଳା କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ଉଠିଛି। ଅ‍ାଜି ପୂର୍ବାହ୍ନରେ କଟକ ଛତ୍ରବଜାର ଶାଗ…

 ପରିବେଶ ଓ ଇନ୍ଧନ ସଂରକ୍ଷଣର ବାର୍ତ୍ତା ଦେବେ ମୋଦି ସାଇକେଲକୁ ଜାତୀୟ ଯାନ ଘୋଷଣା କରିପାରନ୍ତି କଟକ ଓ ଭୁବନେଶ୍ବରରେ ଅଣ୍ଡା-ଟମାଟୋ ବିକ୍ରି ବନ୍ଦ ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ଆସୁଥିବା ବେଳେ ତାଙ୍କ ଗସ୍ତ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୋଦି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକ ସଭାସ୍ଥଳ ପର୍ଯ୍ୟନ୍ତ ୨ କିଲୋମିଟର ବାଟ ସାଇକେଲ ଯୋଗେ ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।ତୈଳ…

ଭୁବନେଶ୍ବର: ଯାତ୍ରା ଜଗତର ମହାରଥୀ ଭାବେ ପରିଚିତ କଳିଙ୍ଗ ଗଣନାଟ୍ୟ ଏକ ସମୟୋପଯୋଗୀ କାହାଣୀକୁ ନେଇ ନୂଆ ନାଟକ ‘ମାନବ ବୋମା’ ପ୍ରଦର୍ଶନ କରିବାକୁ ଯାଉଛି। ଦମଦାର ଅଭିନେତା-ଅଭିନେତ୍ରୀ ସାଙ୍ଗକୁ ଆଧୁନିକ ଟେକନଲୋଜି ଓ ସୁପରହିଟ ଗୀତରେ ଭରପୁର ଏ ନାଟକ ଓଡ଼ିଶାରେ ଚହଳ ସୃଷ୍ଟି କରିବ ବୋଲି ଯାତ୍ରାପାର୍ଟି ମାଲିକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖୋଦ୍‌ ମହାରଥୀ ଏ ନାଟକର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବିଶେଷ ସୂତ୍ରରୁ…

ଯୋଧପୁର: ୨୦ ବର୍ଷ ତଳର କୃଷ୍ଣସାର ମୃଗ ଶିକାର ମାମଲାରେ ବର୍ତ୍ତମାନ ଯୋଧପୁର ଜେଲରେ ଥିବା ବଲିଉଡ୍‌ ତାରକା ସଲମାନ୍‌ ଖାନ୍‌ ପାରୋଲ୍‌ରେ ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି। ଏ ନେଇ ସେ ଆବେଦନ କରିଥିବା ଜେଲ୍‌ କର୍ତୃପକ୍ଷ ଜଣାଇଛନ୍ତି। ବିଗତ ବର୍ଷମାନଙ୍କରେ ଗଞ୍ଜାମର ବେତନଟି-ବାଲିପଦର ଅଞ୍ଚଳରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃୃଦ୍ଧି ପାଇଥିବା ନେଇ ନିକଟରେ ଗଣମାଧ୍ୟମେର ରିପୋର୍ଟ ପ୍ରକାଶ ପାଇଛି। ନିକଟରେ ହୋଇଥିବା ଗଣନା ଅନୁସାରେ ବର୍ତ୍ତମାନ ଗଞ୍ଜାମର ଏହି…

ଭୁବନେଶ୍ବର: ବିଜେପୁରରେ ବିଜେପିର ବିଜୟ ସୁନିଶ୍ଚିତ ଥିଲା। ଏ ନେଇ ନିର୍ବାଚନ ସଂଧ୍ୟାରେ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଶ୍ବର ପ୍ରମୁଖ ସର୍ଭେ ସଂସ୍ଥା ଦ୍ବାରା ବାହୁଡ଼ା ମତ ରିପୋର୍ଟ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଆମେରିକାର ପ୍ରସିଦ୍ଧ ସର୍ଭେ ସଂସ୍ଥା ଡିକେ ସର୍ଭେ ଆଧାରରେ ବିଜେପି ୪୮ ପ୍ରତିଶତ ଭୋଟ ପାଇ ବିଜୟ ଲାଭ କରିବ ବୋଲି ଲେଖିଥିଲେ ଲେଖାଶ୍ରୀ। ତାଙ୍କ ଅନୁସାରେ ବିଜେଡି ମାତ୍ର ୩୧ ପ୍ରତିଶତ ଭୋଟ ପାଇବା କଥା। ତେବେ ଜଣେ ଦକ୍ଷିଣୀ…

ଭୁବନେଶ୍ବର: ୮୦୦ ବର୍ଷରୁ ଅଧିକ ପୁରୁଣା ଓଡ଼ିଶା ରସଗୋଲାକୁ ପଛରେ ପକାଇ ପଶ୍ଚିମବଙ୍ଗ ରସଗୋଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଭୌଗୋଳିକ ଉତ୍ପତ୍ତି ସ୍ଥଳର ମାନ୍ୟତା ହାସଲ କରି ସାରିଛି। ଓଡ଼ିଶା ସରକାର ଏଥିରେ ବ୍ୟତିବ୍ୟସ୍ତ ହୋଇ ଆମର ଅନ୍ୟତମ ପ୍ରିୟ ଖାଦ୍ୟ ଗୋଲକ ଗୁଲୁଗୁଲା ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି। ଗତକାଲି ଏ ନେଇ ସ୍ବତନ୍ତ୍ର ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ଗୁଲୁଗୁଲା ଏକ ସ୍ବାଦିଷ୍ଟ ଖାଦ୍ୟ ଓ ଏହା କେବଳ ଓଡ଼ିଶାରେ ହିଁ ଛଣାଯାଏ।…

ଭୁବନେଶ୍ବର: କମ୍‌ ବୟସର ଯୁବକ-ଯୁବତୀ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ବେଶ୍‌ କିଛିଦିନ ଧରି ଆକ୍ରାନ୍ତ କରି ରଖିଥିବା ମାରାତ୍ମକ ମୋବାଇଲ୍‌ ଫୋନ୍‌ ଖେଳ ବ୍ଲୁ-ହ୍ବେଲ୍‌ କ୍ରମଶଃ ଜନମାନସରୁ ପାଶୋର ହେବାକୁ ବସିଥିବା ବେଳେ,ପୁଣି ଚର୍ଚ୍ଚାକୁ ଆସିଛି। ରାଜ୍ୟର ଜଣେ ବରିଷ୍ଠ ବିଜେପି ନେତା ଏହି ଖେଳ ପାଲରେ ପଡ଼ିଛନ୍ତି। ଦିଲ୍ଲୀରେ ରହୁଥିବା ତାଙ୍କରି ଦଳର ଅନ୍ୟ ଜଣେ ନେତା ଖେଳର ଆଡମିନିଷ୍ଟ୍ରେଟର୍‌ ସାଜି ତାଙ୍କୁ ଏଭଳି ଫସାଇଛନ୍ତି। ବରିଷ୍ଠ ନେତା ଜଣକ ଏଭଳି ଅସହାୟ ହୋଇ ପଡ଼ିଛନ୍ତି ଯେ,…

ଗୁଜୁରାତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବେ ନବୀନ ଭୁବନେଶ୍ବର: ଓଡ଼ିଶାର ଏକମାତ୍ର ଆଞ୍ଚଳିକ ଦଳ ଭାବେ ପରିଚିତ ବିଜୁ ଜନତା ଦଳ (ବିଜେଡି) ନିଜକୁ ଏକ ଜାତୀୟ ଦଳରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଓଡ଼ିଶା ଭିନ୍ନ ଅନ୍ୟ ରାଜ୍ୟରେ ପ୍ରାର୍ଥୀ ଦେବା ଲାଗି ଦଳ ପକ୍ଷରୁ କସରତ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ, ଭଗ୍ନୀ ରାଜ୍ୟ ତାମିଲନାଡ଼ୁ ସମେତ ବାଙ୍ଗାଲୋର, ନୂଆଦିଲ୍ଲୀ ତଥା ଗୁଜୁରାତରେ ନିଜର ପତିଆରା ଜାହିର ପାଇଁ…

ଦାମ ରାଉତ ଓ ବିଜୟ ମହାପାତ୍ରଙ୍କୁ ବିରୋଧୀଦଳ ନେତା ଆସନ ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ଶାସନରେ ନବକଳେବର ହେବ ବୋଲି ପୂର୍ବାନୁମାନ କରିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଟାଣୁଆ ବିଜେପି ନେତା ଜୁଏଲ୍‌ ଓରାମ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନେଇ ପୁଣି ଉଜ୍ଜ୍ବଳ ସମ୍ଭାବନା ଦେଖାଦେଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଲୋକେ କାହାକୁ ଦେଖିବାକୁ ଚାହାନ୍ତି ବୋଲି ଓଏଫ୍‌ଏନ୍‌ ପକ୍ଷରୁ ରାଜ୍ୟ ବ୍ୟାପୀ ହୋଇଥିବା ଏକ ସର୍ଭେରେ ଜୁଏଲ୍‌ଙ୍କୁ ସର୍ବାଧିକ…