•  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ବର: ବିଜେପୁରରେ ବିଜେପିର ବିଜୟ ସୁନିଶ୍ଚିତ ଥିଲା। ଏ ନେଇ ନିର୍ବାଚନ ସଂଧ୍ୟାରେ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଶ୍ବର ପ୍ରମୁଖ ସର୍ଭେ ସଂସ୍ଥା ଦ୍ବାରା ବାହୁଡ଼ା ମତ ରିପୋର୍ଟ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଆମେରିକାର ପ୍ରସିଦ୍ଧ ସର୍ଭେ ସଂସ୍ଥା ଡିକେ ସର୍ଭେ ଆଧାରରେ ବିଜେପି ୪୮ ପ୍ରତିଶତ ଭୋଟ ପାଇ ବିଜୟ ଲାଭ କରିବ ବୋଲି ଲେଖିଥିଲେ ଲେଖାଶ୍ରୀ। ତାଙ୍କ ଅନୁସାରେ ବିଜେଡି ମାତ୍ର ୩୧ ପ୍ରତିଶତ ଭୋଟ ପାଇବା କଥା।

ତେବେ ଜଣେ ଦକ୍ଷିଣୀ ଗୁଣିଆ ତନ୍ତ୍ରମନ୍ତ୍ର କରି ଇଭିଏମ୍‌ ଭିତରେ ଫଳାଫଳ ଏପଟ ସେପଟ କରିଛି ବୋଲି ଆଜି ପରାଜୟ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଲେଖାଶ୍ରୀ। ତୁରନ୍ତ ଦକ୍ଷିଣୀ ଗୁଣିଆମାନଙ୍କୁ ଚିହ୍ନଟ କରି ରାଜ୍ୟରୁ ବିଦା କରିବା ପାଇଁ ସେ ଦାବି କରିଛନ୍ତି।

ଗତ ୨୪ ତାରିଖରେ ଲେଖାଶ୍ରୀ ଲେଖିଥିଲେ,

ବିଜେପୁର ରେ ଧନ ବଳ, ବାହୁବଳ ଓ ପ୍ରଶାସନିକ କଳର ବ୍ୟାପକ ଅପବ୍ୟବହାର କଲାପରେବି ବିଜେଡ଼ି ଅତି ଶୋଚନୀୟ ଭାବରେ ହାରିବାକୁ ଯାଉଛି । ସବୁ ସର୍ଭେ ଓ opinion poll ବିଜେପୁରରେ ବିଜେପି ଜିତିବ ବୋଲି କହିସାରିଲେଣି । ନବୀନ ବାବୁଙ୍କ ମିଛି ମିଛିକିଆ ଲୋକପ୍ରିୟତା ଓ ବିଜେଡ଼ି ନେତାଙ୍କ ଗୁଣ୍ଡାରାଜ ର ଉତ୍ତର ବିଜେପୁରବାସୀ କାଲି ନିଶ୍ଚୟ ଦେବେ ।
ବିଜେଡ଼ିର ଦୁର୍ଗ ପତନ ର ବେଳ ଆସିଗଲା ।

ଆଜି ସେ ଲେଖିଛନ୍ତି ଯେ,

ବିଜେପୁରବାସୀଙ୍କ ଜନମତକୁ ଆମେ ବିନମ୍ରତାର ସହିତ ସ୍ୱୀକାର କରୁଛୁ ଓ ଶ୍ରୀମତୀ ରିତା ସାହୁଙ୍କୁ ମୋ ତରଫରୁ ଅଭିନନ୍ଦନ ଜଣାଉଛି । ବଜେପିକୁ ଗତ ନିର୍ବାଚନ ଠାରୁ ଦୁଇଗୁଣରୁ ଅଧିକ ଭୋଟ ଦେଇ ଥିବାରୁ ମୁ ବିଜେପିର ସବୁ କାର୍ଯ୍ୟକର୍ତା ଓ ବିଜେପୁରର ଜନସାଧାରଣଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛି ।

ଆଗାମୀ ଦିନରେ ବିଜେପି ତାର ବିକାଶ ଅଭିମୁଖୀ କାର୍ଯ୍ୟକ୍ରମ ଜାରି ରଖିବ ଓ ଲୋକଙ୍କର ଆହୁରି ନିକଟତମ ହେବା ପାଇଁ ପ୍ରଚେଷ୍ଟା କରିବା ସହ ଦକ୍ଷିଣୀ ଗୁଣିଆଙ୍କୁ ବିଦା କରିବାକୁ ଆନ୍ଦୋଳନ ଜାରି ରଖିବ ବୋଲି ଲେଖାଶ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *